ଗୟାରେ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ
1 min readଗୟା: ବିହାର ଗୟାରେ ଖସିପଡ଼ିଲା ଭାରତୀୟ ସେନା ହେଲିକପ୍ଟର। ସୗେଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ପାଇଲଟ। ଆଜି ଅପରାହ୍ନରେ ଭାରତୀୟ ସେନା ଅଫିସରଙ୍କ ପ୍ରଶିକ୍ଷଣ ଏକାଡେମୀ ପକ୍ଷରୁ ହେଲିକପ୍ଟର ଉଡାଣ କରାଯାଉଥିଲା।
ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ହେଲିକପ୍ଟରଟି ଖସିପଡିଥିଲା । ଏହି ଘଟଣାରେ ସୌଭାଗ୍ୟବଶତଃ ସେଥିରେ ଥିବା ଦୁଇ ପାଇଲଟ ବର୍ତ୍ତିଯାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏକାଡେମୀର ନିର୍ଦ୍ଦେଶକ ବଙ୍ଗାଜିତ ଶାହା।
#WATCH | An aircraft of the Indian Army’s Officers’ Training Academy in Gaya, Bihar today crashed soon after taking off during training. Both the pilots in the aircraft are safe.
Video source: Local village population pic.twitter.com/gauLWCrfxN
— ANI (@ANI) January 28, 2022
ସୂଚନା ଅନୁଯାୟୀ, ବୋଧଗୟା ବ୍ଲକର ଏକ ଗ୍ରାମରେ ଏହା ଜରୁରୀ ଅବତରଣ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ହେଲିକପ୍ଟରଟି ଖସିପଡ଼ିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଦୁଇ ପାଇଲଟଙ୍କୁ ଉଦ୍ଧାର କରିଥିଲେ।