ଶ୍ରୀଲଙ୍କାର ଏହି ପୂର୍ବତନ ଅଧିନାୟକଙ୍କ ଭାରତକୁ ଚ୍ୟାଲେଞ୍ଜ, କହିଲେ ତିନି ଦିନରେ ହରେଇ ଦେବୁ..

ନନ୍ଦିଘୋଷ ବ୍ୟୁରୋ: ଗତବର୍ଷ ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଯାହାକି ଦଳକୁ ବେଶ ସମାଲୋଚନାର ଶିକାର କରିଛି । ବର୍ଡର ଗାଭାସ୍କର ଟ୍ରଫିରେ ଏକ ଦଶନ୍ଧି ପରେ ପରାସ୍ତ ହେବା ପରେ ବିଶ୍ବ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଲା ଭାରତ । ସେପଟେ ଘରୋଇ ମାଟିରେ ଟେଷ୍ଟରେ ୧୨ ବର୍ଷ ପରେ ହାରିଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ତେବେ ଭାରତର ଟେଷ୍ଟ ପ୍ରଦର୍ଶନ ଗତବର୍ଷ ଖରାପ ରହିଥିବାବେଳେ ଏବେ ଚ୍ୟାଲେଞ୍ଜ କରିଛନ୍ତି ଶ୍ରୀଲଙ୍କାକୁ ବିଶ୍ବକପ ଉପହାର ଦେଇଥିବା ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା । ସେ କହିଛନ୍ତି କି, ଭାରତକୁ ଆମେ ତିନିଦିନରେ ହରାଇ ଦେବୁ । ଭାରତ ଟେଷ୍ଟରେ ଏବେ ଯେଭଳି ପ୍ରଦର୍ଶନ କରୁଛି ଆମ ଦଳ ତାଙ୍କ ଘରୋଇ ମାଟିରେ ତିନିଦିନ ମଧ୍ୟରେ ତାଙ୍କୁ ପରାସ୍ତ କରିଦେବ ।

ଅର୍ଜୁନ ରଣତୁଙ୍ଗା ଏଭଳି ଏକ ଚ୍ୟାଲେଞ୍ଜ କରିଥିବାବେଳେ ଏହାକୁ ନେଇ ୟୁଜର୍ସମାନେ ତାଙ୍କୁ ବିଭିନ୍ନ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଏକ ଚ୍ୟାନେଲକୁ ଇଣ୍ଟରଭିୟ୍ୟୁ ଦେବା ସମୟରେ ସେ ଏଭଳି କହିଥିବା ଦେଖିବାକୁ ମିଳିଛି । ଏହାସହ ସେ କୋହଲିଙ୍କ ଖରାପ ଫର୍ମ ପାଇଁ ତାଙ୍କୁ ଉପଦେଶ ଦେଇଛନ୍ତି । ସେ କହିଥିଲେ, ‘ମୁଁ ଭାବୁଛି କୋହଲି ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକାର କିମ୍ବା ରାହୁଲ ଦ୍ରାବିଡଙ୍କ ଭଳି ଲୋକଙ୍କ ସହ କଥା ହେବା ଉଚିତ।’ ସେ କେବଳ ଏତିକି କରିପାରିବେ, ସେ ନିଶ୍ଚିତ ଭାବରେ ସେମାନଙ୍କୁ ସାହାଯ୍ୟ କରିପାରିବେ।