spot_img

Latest Posts

ବଦଳିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ, ଅର୍ଜୁନ ରାମ ମେଘଓ୍ବାଲଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆକସ୍ମିକ ପରିବର୍ତ୍ତନ। ବଦଳିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । ତାଙ୍କ ବଦଳରେ ଆଇନ ବିଭାଗ ମନ୍ତ୍ରୀ ରହିବେ ଅର୍ଜୁନ ରାମ ମେଘଓ୍ବାଲ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦୀର୍ଘ ଦିନ ଧରି ରିଜିଜୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ତାଙ୍କୁ ଆର୍ଥ ସାଇନ୍ସ ବିଭାଗ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ସଂସଦୀୟ ବ୍ୟାପାର ବିଭାଗର ମନ୍ତ୍ରୀ ଅଛନ୍ତି ଅର୍ଜୁନ ରାମ ମେଘଓ୍ବାଲ। ସେ ଏବେ ଆଇନ ମନ୍ତ୍ରାଳୟର ସ୍ବାଧୀନ ଦାୟିତ୍ବରେ ରହିବେ। ନିକଟ ଇତିହାସର ତଥ୍ୟ ଅନୁସାରେ ପ୍ରଥମ ଥର ଲାଗି ଆଇନ ମନ୍ତ୍ରାଳୟ ଦାୟିତ୍ବ ଜଣେ କ୍ୟାବିନେଟ ରାଙ୍କ ମନ୍ତ୍ରୀଙ୍କୁ ଦିଆଯାଇନାହିଁ। ଆଜି ସକାଳୁ ଆଇନ ମନ୍ତ୍ରୀ ବଦଳିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା।

Latest Posts

Don't Miss