କରୋନା କାଳରେ ଗର୍ଭଧାରଣ କେତେ ସୁରକ୍ଷିତ, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର…

Are Pregency Safe In Corona Time, Know What Saying Doctors

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ଗର୍ଭଧାରଣ କେତେ ସୁରକ୍ଷିତ ? ଏ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଉଠୁଥିବ । ଯଦି କରୋନା ସମୟରେ ଆପଣ ଗର୍ଭ ଧାରଣ କରିଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତି । ଗର୍ଭାବସ୍ଥାରେ ରୋଗ ପ୍ରତିଷେଧକ ଶକ୍ତି କମିଯାଏ । ଫୁସଫୁସ୍ ଜନିତ ରୋଗ ବେଶୀ ହୁଏ । ଆଉ ଏଭଳି ସମୟରେ କରୋନା ହେଲେ ମାଆ ଓ ଶିଶୁଙ୍କ ପ୍ରତି ବିପଦ ସୃଷ୍ଟି କରେ । ତେଣୁ କରୋନା କାଳରେ ଗର୍ଭ ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କହିଛନ୍ତି କଟକ ଏସସିବିର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର ଜ୍ୟୋତି କର ।

 Are Pregency Safe In Corona Time, Know What Saying Doctors

କୋଭିଡ୍ ସମୟ ଯୋଗୁଁ ଆପଣ ଗର୍ଭଧାରଣ ବେଳେ ପ୍ରତି ମାସରେ ନଆସି ମାସେ ଲେଖାଏଁ ବ୍ୟବଧାନରେ ମେଡିକାଲ୍ ଚେକ୍ ଅପ୍ ପାଇଁ ଯାଆନ୍ତୁ । ମେଡିକାଲ୍ ଗଲା ବେଳେ କୋଭିଡ୍ ଗାଇଡଲାଇନ୍ ମାନନ୍ତୁ । ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡ କରିବା ଉଚିତ୍ । ତେବେ, ଅଲଟ୍ରାସାଉଣ୍ଡ ବେଳେ ସମସ୍ତ କୋଭିଡ୍ ଗାଇଡଲାଇନ୍ ମାନିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଗର୍ଭାବସ୍ଥାରେ ମାଆ କରୋନା ସଂକ୍ରମିତ ହେଲେ ଶିଶୁ ସମୟ ପୂର୍ବରୁ ଜନ୍ମ ନେଇଥାଏ । ଅର୍ଥାତ୍ ପରିପକ୍ୱ ବୟସ ହେବା ପୂର୍ବରୁ ଛୁଆ ଜନ୍ମ ହୁଏ । ମାସ ଅନୁପାତ ଅନୁସାରେ ଛୁଆର ଅଭିବୃଦ୍ଧି ହୋଇନପାରେ । ଗର୍ଭାବସ୍ଥା ଭଳି ସମ୍ବେଦନଶୀଳ ସମୟରେ ମାଆ ଗୁରୁତର ହେଲେ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି । କଟକ ଏସସିବିର ପ୍ରସୂତି ୱାର୍ଡରେ ୩୦ଟି ଅଲଗା ଶଯ୍ୟା କରିଛନ୍ତି । ଏଥିରେ କୋଭିଡ୍ ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା କରାଯିବ । ଏଥିରେ ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ସାଧାରଣ ରୋଗୀ ଭଳି ଗର୍ଭବତୀ ମହିଳା ସୁସ୍ଥ ହେଉଛନ୍ତି । ତେବେ, ଗାଇଡଲାଇନ୍ ଅନୁସାରେ ଗର୍ଭାବସ୍ଥା ସମୟରେ କିମ୍ବା କ୍ଷୀର ଦେଉଥିବା ମାଆ କରୋନା ଟିକା ନେବେ ନାହିଁ । ପ୍ରଥମ ଡୋଜ୍ ଟିକା ନେବା ପରେ କେହି ମହିଳା ଗର୍ଭଧାରଣ କଲେ ଦ୍ୱିତୀୟ ଡୋଜ୍ ଟିକା ନେବା ଅନୁଚିତ୍ ବୋଲି ଡାକ୍ତର କହିଛନ୍ତି ।

Leave a Reply