ବର୍ଷା ଯୋଗୁ କ୍ଷେତରେ ପଚିଗଲା ଟନ୍ ଟନ୍ ପିଆଜ, ବଢ଼ିପାରେ ଦର

ନନ୍ଦିଘୋଷ ବ୍ୟୁରୋ: ବଢ଼ିପାରେ ପିଆଜ ଦର । ଦକ୍ଷିଣ ଏବଂ ମଧ୍ୟ ଭାରତରେ ପ୍ରବଳ ବର୍ଷା ଯୋଗୁ ପିଆଜ ଫସଲ ନଷ୍ଟ ହୋଇଛି । ଏଥିରେ ଚାଷୀଙ୍କର କୋଟି କୋଟି ଟଙ୍କା ନଷ୍ଟ ହୋଇଥିବାରୁ ବଜାରରେ ପିଆଜର ଅଭାବ ଦେଖାଦେଇପାରେ । ଏତେ ବର୍ଷା ହୋଇଛି ଯେ, ଚାଷୀମନେ ଏକର ପିଛା ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ତେବେ ଏତେ କ୍ଷତି ଭିତରେ ଆଗାମୀ ଦିନରେ ପିଆଜ ଦର ବଢ଼ିବ ନା ନାହିଁ ଯଦି ବଢ଼ିବ କେତେ ବଢ଼ିବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଚଳିତ ବର୍ଷ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଛି । ଏଥିରେ ଜଲଗାଓଁ, ଧୁଲେ, ନାଶିକ, ଅହଲୀନଗର, ପୁଣେ, ସୋଲାପୁର, ବିଡ ଇତ୍ୟାଦି ଅଞ୍ଚଳରେ ପିଆଦ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।
ଅମଳ ହୋଇ ସଂରକ୍ଷଣ ପାଇଁ ରହିଥିବା ପିଆଜ ମଧ୍ୟ ନଷ୍ଟ ହୋଇଯାଇଛି । କମ୍ ମୂଲ୍ୟରେ ଚାଷୀମାନେ ଫସଲ ବିକିବାକୁ ବାଧ୍ୟ ହେଉଛନ୍ତି । କ୍ଷେତରେ ହଜାର ହଜାର ଟନ୍ ପିଆଜ ପଚି ଯାଇଛି । ଯାହା ଫଳରେ ଚାଷୀ କୋଟି କୋଟି ଟଙ୍କାର କ୍ଷତି ସହିଛି ।
ତେବେ ଏହି ସବୁ କାରଣ ଯୋଗୁ ପିଆଜ ଦର ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ବର୍ଷା ଯୋଗୁ ଫସଲ ନଷ୍ଟ ହେବା ଫଳରେ ଦର ବଢ଼ିବାକୁ ଲାଗିଥିଲା ।