ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ ମଙ୍ଗୁଆଳ

Are Narasingh Mishra Resigned From The Leader Post Of Congress Legislature Party

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ହେବ ନବକଳେବର । ଦଳକୁ ମିଳିବ ନୂଆ ନେତୃତ୍ୱ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ପିସିସି ସଭାପତିଙ୍କ, ବିଧାୟକ ଓ ଅନ୍ୟ ନେତାଙ୍କ ସହ ମିଶିଛନ୍ତି । ଚର୍ଚ୍ଚା ହେଉଛି କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଆଜି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ୩୦ ମିନିଟ୍ ଧରି ନରସିଂହ ଦଳର ସଂଗଠନ ଉପରେ ଆଲୋଚନା କରିବା ପରେ ଏପରି ଚର୍ଚ୍ଚା କଂଗ୍ରେସ ଶିବିରକୁ ଦୋହଲାଇ ଦେଇଛି ।

Are Narasingh Mishra Resigned From The Leader Post Of Congress Legislature Party

ତେବେ ଇସ୍ତଫା କି ଦଳର ସଂଗଠନ ଉପରେ କିଛି କହିବାକୁ ମନା କରିଛନ୍ତି ନରସିଂହ ମିଶ୍ର । ଅନ୍ୟପଟେ ରାଜ୍ୟ କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏ ନରସିଂହଙ୍କ ଇସ୍ତଫା ନେଇ ମୁହଁ ଖୋଲି ନାହାନ୍ତି । ଅନ୍ୟପଟେ ଖୁବଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏନେଇ ଦଳୀୟ ନେତା ଓ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ପ୍ରଭାରୀ ଚେଲ୍ଲା କୁମାର । ଆଲୋଚନା ପରେ ଖୁବଶୀଘ୍ର ଅର୍ଥାତ ମେ’ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସକୁ ନୂଆ ପିସିସି ସଭାପତି ମିଳିଯିବ ବୋଲି ଅନୁମାନ କରାଯାଉଛି  ।

Are Narasingh Mishra Resigned From The Leader Post Of Congress Legislature Party

ଆଜିର ଆଲୋଚନାକୁ ନେଇ ଚେଲ୍ଲା କୁମାର ହାଇକମାଣ୍ଡଙ୍କୁ ରିପୋର୍ଟ ପ୍ରଦାନ କରିବେ । ମୁଖ୍ୟତଃ ହାଇକମାଣ୍ଡ ପ୍ରସ୍ତାବିତ ତିନିଟି ନାଁ ମଧ୍ୟରୁ ଜଣକ ଉପରେ ମୋହର ମାରିପାରନ୍ତି । ପିସିସି ସଭାପତି ରେସରେ ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ, ଭକ୍ତ ଦାସ ଓ ମହମ୍ମଦ ମୋକିମ ରହିଛନ୍ତି । ୨୦୧୯ ନିର୍ବାଚନ ପରାଜୟ ପରେ ନୈତିକତା ଓ ପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇ ଥର ଇସ୍ତଫା ଦେଇଛନ୍ତି ।