Facebook Poll: ଭୁବନେଶ୍ୱରରେ ଲକଡାଉନ୍ ଆବଶ୍ୟକତା କେତେ, ଜାଣନ୍ତୁ କଣ କହିଲେ ଜନତା…

Are Lockdown To Be Imposed In Bhubaneswar, Know Public Opnion

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ବଢ଼ୁଛି ଦୈନିକ କରୋନା ସଂକ୍ରମଣ ମାମଲା । ବିଏମସି ଅଞ୍ଚଳରେ ଦୈନିକ କରୋନା ସଂକ୍ରମଣ ୧ ହଜାର ଟପିଛି । ରାତ୍ରୀକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି । ତଥାପି ସଂକ୍ରମଣ ଖସୁନି । ଏଭଳି ସ୍ଥିତିରେ ରାଜଧାନୀରେ ଲକଡାଉନ୍ ଆବଶ୍ୟକତା ରହିଛି କି ? ଏନେଇ ନନ୍ଦିଘୋଷ ଟିଭି ପକ୍ଷରୁ ଫେସବୁକରେ ପୋଲ୍ କରାଯାଇଥିଲା ।

ସର୍ଭେରୁ ଜଣାପଡ଼ିଛି ୯୦ ପ୍ରତିଶତ ଲୋକ ଭୁବନେଶ୍ୱରର ଲକଡାଉନ୍ ସପକ୍ଷରେ ଅଛନ୍ତି । କେତେକ ଲୋକ ଜୀବନ ବଞ୍ଚାଇବା ଲାଗି ସରକାରଙ୍କ ସମସ୍ତ ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆଉ କିଛି ଲକଡାଉନକୁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି । ମାତ୍ର ୧୦ ପ୍ରତିଶତ ଲୋକ ରାଜଧାନୀରେ ଲକଡାଉନର ଆବଶ୍ୟକତା ନଥିବା କହିଛନ୍ତି ।


ଏପ୍ରିଲ୍ ୩୦ ସୁଦ୍ଧା ବିଏମସି ଅଞ୍ଚଳରୁ ମୋଟ ୪୪ ହଜାର ୪୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ୭ ହଜାର ୫୮୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ରାଜଧାନୀରେ ୨୬୧ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ୩୬ ହଜାର ୫୪୫ ଜଣ କରୋନାକୁ ମାତ୍ ଦେଇଛନ୍ତି ।

କରୋନା ସଂକ୍ରମଣ ସ୍ଥିତି ବେକାବୁ ହେଉଥିବା ବେଳେ ଦିନ ୨ଟା ପରଠାରୁ ଦୋକାନ ବଜାର ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ଆଜି ଅପରାହ୍ଣ ୪ଟା ୩୦ରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କରିବେ । ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ସେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply