ଜାଣନ୍ତୁ ଚୀନର ମିଶନ ୧୯୫୯ କଣ ? CIAର ଏକ ମ୍ୟାପ ଖୋଲିଦେଲା ରହସ୍ୟ
1 min readନୂଆଦିଲ୍ଲୀ: ବାରମ୍ବାର ଚୀନ୍ କାହିଁକି ଏଲଏସିରେ ଅସ୍ଥିରତା ସୃଷ୍ଟି କରୁଛି ? ଲଦାଖ ଅଞ୍ଚଳରେ ବାରମ୍ବାର ଅନୁପ୍ରବେଶ ପଛରେ କଣ ରହିଛି ଡ୍ରାଗନର ଚାଲ୍ ? କାହିଁକି ଅରୁଣାଚଳ ପ୍ରଦେଶକୁ ବିବାଦୀୟ କ୍ଷେତ୍ର ରୂପେ ଚିତ୍ରଣ କରୁଛି ପିଏଲଏ ? ଏହା ପଛରେ ଚତୁର ଚୀନର ରହିଛି ସାଂଘାତିକ ଷଡ଼ଯନ୍ତ୍ର । ଆମେରିକା ଗୁଇନ୍ଦା ଏଜେନ୍ସି (CIA)ର ଏକ ପୁରୁଣା ଫଟୋରୁ ଚୀନର ଏହି ପୁରୁଣା ପ୍ଲାନ ବିଷୟରେ ଜଣାପଡ଼ିଛି । ଚୀନ ଏହି ପ୍ଲାନ ୧୯୫୯ ମସିହାରେ କରିଥିଲା । ସେବେଠାରୁ ଯୋଜନାକୁ ସଫଳ କରିବା ପାଇଁ ଭାରତୀୟ ସୀମାକୁ ବିବାଦୀୟ କ୍ଷେତ୍ର ଭାବେ ଚିତ୍ରଣ କରୁଛି ।
୧୯୫୯ରେ ପ୍ରିମିୟର ଝୋଉ ଏନଲାଇଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରକୃତ ନିୟନ୍ତ୍ରଣ ରେଖା(LAC)କୁ ଚୀନ ମାନୁଥିବା ବେଳେ ଭାରତ ସବୁବେଳେ ପ୍ରତ୍ୟାଖ୍ୟାନ କରି ଆସୁଛି । ଚୀନ ବୈଦେଶିଖ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ ମଧ୍ୟ ଏହି ଦାବି କରିବା ସହ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଲଦାଖକୁ ମାନ୍ୟତା ଦେଉନାହିଁ । ଚୀନର କହିବା ତଥା ଭାରତ ଲଦାଖକୁ ଅବୈଧ ଭାବେ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିଛି ।
ଖୋଲା ଗୁଇନ୍ଦା ସଂସ୍ଥା ଡେଟ୍ରେସ୍ଫା ସିଆଇଏର ଆର୍କାଇଭର ପୁରୁଣା ମ୍ୟାପ ସହିତ LACରେ ପିପୁଲ୍ସ ଲିବରେସନ୍ ଆର୍ମିର ଏବେର ମୁତୟନକୁ ତୁଳନା କରିଛି । ଏଥିରୁ ଜଣାପଡ଼ିଛି ଚୀନ ପୁଣିଥରେ ତାର ୧୯୫୯ ପ୍ଲାନରେ କାମ କରୁଛି । ଏହି ନକ୍ସାରେ ପିଏଲଏ ସେନା ଅକ୍ସାଇ ଚୀନରେ ମୁତୟନ ଅଛନ୍ତି । ଲଦାଖର ବିବାଦୀୟ କ୍ଷେତ୍ର ନିକଟରେ ପିଏଲଏ ସେନା ମୁତୟନ ତାର ଉଦ୍ଦେଶ୍ୟକୁ ଦର୍ଶାଉଛି ।
ସିଆଇଏର ପୁରୁଣା ମ୍ୟାପରୁ ଚୀନର ବର୍ତ୍ତମାନ ସୈନ୍ୟ ମୁତୟନକୁ ଦେଖିଲେ ଜଣାପଡ଼ୁଛି ଚୀନ୍ ନିଜର ବୋଲି ଦାବି କରୁଥିବା ଅଞ୍ଚଳ ଆଡ଼କୁ ବଢ଼ୁଛି । ସୂଚନାଯୋଗ୍ୟ ୧୯୬୨ ଯୁଦ୍ଧ ପରେ ଲଦାଖ ଓ ହିମାଚଳ ପ୍ରଦେଶର ଯେଉଁ ଅଞ୍ଚଳରେ ଦୁଇ ଦେଶର ସେନା ଯେଉଁଠି ଯେଉଁଠି ଥିଲେ । ଉକ୍ତ ଅଞ୍ଚଳକୁ ୧୯୯୩ରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ (LAC) ନାମ ଦିଆଯାଇଥିଲା ।
ଏତିକି ନୁହେଁ, ୧୯୫୯ ମସିହା ୭ ନଭେମ୍ବରରେ ବର୍ଣ୍ଣନା କରାଯାଇଥିବା ସୀମାକୁ ଚୀନ୍ ଏଲଏସି ମାନୁଥିବା କହିଛି । ତେବେ, ଚୀନ କାହିଁକି ବାରମ୍ବାର ୧୯୫୯ କଥା ଉଲ୍ଲେଖ କରିବା ସହ ମ୍ୟାକମୋହନ ଲାଇନକୁ ମାନୁ ନାହିଁ ।
ଲଦାଖ ଓ ହିମାଚଳର କେତକ ସ୍ଥାନରେ ଦୁଇ ଦେଶର ସେନା ଯେଉଁଠି ଯେଉଁଠି ଥିଲେ । ତା’ ଭିତରୁ ଅଧିକାଂଶ ଅଞ୍ଚଳ ଭାରତୀୟ ସୀମା ଭିତରେ । ଯେତେବେଳେ କି ପୂର୍ବ ଭାରତରେ ଚୀନ ସହ ଲାଗିଥିବା ସୀମା ମ୍ୟାକମୋହନ ଲାଇନରେ ବଣ୍ଟା ଯାଇଛି । ଯାହାକୁ ବରମ୍ବାର ମାନିବାକୁ ମନା କରୁଛି ଚୀନ ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି- ଭାରତ ମଧ୍ୟ କେବେ ବି ଚୀନର ୧୯୫୯ ଏକତରଫା ଦାବିକୁ ଏଲଏସି ମାନେ ନାହିଁ । ୧୯୯୩ ପରେ ଅନେକ ବୁଝାମଣା ହୋଇଇଛି । ଯାହା ଶେଷ ଚୁକ୍ତି ଭାବେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ କରାଯାଇଛି ।
ସୂଚନାଯୋଗ୍ୟ ଯେ ଭାରତ ଓ ଚୀନ ସୀମାରେ ୧୯୫୯ରେ ମୁହାଁମୁହିଁ ହୋଇଥିଲେ । ସେତେବେଳେ ଚୀନର ପ୍ରିମୟର ଝାଉ ଏନ୍ ଲାଇ ଯାହାକୁ ଚୀନରେ ରାଷ୍ଟ୍ରପତି କହୁଥିଲେ । ସେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ୧୯୫୯ ଅକ୍ଟୋବର ୨୪ରେ ଏକ ଚିଠି ଲେଖିଥିଲେ । ଯେଉଁଥିରେ ଚୀନର କୌଣସି ସରକାର ମ୍ୟାକମୋହନ ରେଖାକୁ ବୈଧ ବୋଲି ମାନୁନଥିବା ଉଲ୍ଲେଖ କରିଛିଲେ । ଚୀନ ଓ ଭାରତ ମଧ୍ୟରେ କେବେ ଔପଚାରିକ ଭାବେ ସୀମା ନିର୍ଦ୍ଧାରଣ କରାଯାଇନାହିଁ ବୋଲି ଲେଖିଥିଲେ ।
ଚୀନ ଏବେ ପୁଣିଥରେ ସେହି ସ୍ଥିତିକୁ ଆଣିବାକୁ ଚେଷ୍ଟା କରୁଛି । ଝାଉ ଏନ୍ ଲାଇନ୍ ତାପରେ ୧୯୫୯ ନଭେମ୍ବର ୭ରେ ଆଉ ଏକ ଚିଠି ନେହରୁଙ୍କୁ ଲେଖିଥିଲେ । ଯେଉଁଥିରେ ସେ ଦୁଇ ଦେଶର ସେନା ଯେଉଁଠି ଅଛନ୍ତି ତାକୁ ଏଲଏସି ମାନି ନେବା ସହ କହିଥିଲେ ଦୁଇ ଦେଶର ଯବାନ ନିର୍ଦ୍ଧାରିତ ଏଲଏସି ଠାରୁ ୨୦ କିଲୋମିଟର ଲେଖାଏଁ ପଛକୁ ଯିବା ପାଇଁ କହିଥିଲେ । ତେବେ, ଚୀନର ଏହି ଅନୁରୋଧକୁ ମାନିନଥିଲେ ନେହରୁ ।