ସମାଧିରୁ ବାହାରିଲା ସୁନା, ହାଡ଼କଙ୍କାଳ

ଆର୍ମେନିଆ: ମାଟିତଳୁ ମିଳିଲା ସୁନାର କବର । ଆର୍ମେନିଆର ପ୍ରତ୍ନତତ୍ତ୍ୱବିତମାନେ ଏପରି କବର ଖୋଜି ପାଇଛନ୍ତି । ପ୍ରତ୍ନତତ୍ତ୍ୱବିତମାନେ ୩୨ଶହ ବର୍ଷ ପୁରୁଣା କବର ଖୋଜି ପାଇଛନ୍ତି । ଏହି କବରରରେ କେବଳ ସୁନା ନୁହେଁ ଦୁଇଟି କଙ୍କାଳ ବି ମିଳିଛି ।
ପ୍ରତ୍ନତତ୍ତ୍ୱବିତଙ୍କ କହିବା ଅନୁସାରେ, ଏହି କବରରେ ହାଡ ଗୁଡିକୁ ଭଲ ଭାବରେ ସଂରକ୍ଷିତ କରାଯାଇଥିଲା। ଉଭୟ କଙ୍କାଳର ଗୋଡ ସାମାନ୍ୟ ବଙ୍କା ହୋଇଯାଇଛି । ପ୍ରାଥମିକ ଆକଳନ ଅନୁଯାୟୀ, ଏହି ଦମ୍ପତିଙ୍କ ବୟସ ୩୦ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ। ପ୍ରତ୍ନତତ୍ତ୍ୱବିତ୍ମାନେ କବର ଭିତରୁ ଶହେରୁ ଅଧିକ ମୋତି ଏବଂ ସୁନା ପେଣ୍ଡେଟ ଆବିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ସେଲଟିକ୍ କ୍ରସ୍ ପରି ଦେଖାଯାଉଛି ।
ପୋଲାଣ୍ଡ ଏବଂ ଆର୍ମେନିଆ ପ୍ରତ୍ନତତ୍ତ୍ୱବିଙ୍କ ଏକ ଟିମ୍ ମେଟସମୋର ଏକ ସ୍ଥାନରୁ ଏହି ଗୋଲଡେନ ସମାଧି ଆବିଷ୍କାର କରିଛନ୍ତି। ଦୁଇ ଜଣଙ୍କ କବର ଖନନ ବେଳେ ଦଳ ତିନିଟି ସୁନା ହାରର ମଧ୍ୟ ଆବିଷ୍କାର କରିଛନ୍ତି।
ଏଥିରେ କାଂସ୍ୟ ଯୁଗରୁ ସୁନା ଅଳଙ୍କାର ରହିଛି । ମେଟସମର୍ ହେଉଛି ସେହି ସ୍ଥାନ ଯେଉଁଠାରେ ଆର୍ମେନିଆ ଅଞ୍ଚଳରେ ସର୍ବ ପୁରାତନ ସୁନା ଅଳଙ୍କାର ମିଳିଥିଲା ।
ପ୍ରତ୍ନତତ୍ତ୍ୱବିତ୍ମାନେ ସମାଧି ଭିତରୁ ଶହେରୁ ଅଧିକ ମୋତି ଏବଂ ସୁନା ପେଣ୍ଡେଟ ଆବିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ସେଲଟିକ୍ କ୍ରସ୍ ପରି ଦେଖାଯାଉଛି ।
ଏହି ସମାଧି ରାମେସେସ ଦ୍ୱିତୀୟଙ୍କ ଶାସନ କାଳର ବୋଲି ଜଣାପଡ଼ିଛି । ମେଟସମୋର୍ ହେଉଛି ଏକ ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ ସ୍ଥାନ । ୧୯୬୫ ମସିହାରୁ ଏହି ଅଞ୍ଚଳରେ ଖନନ କାର୍ଯ୍ୟ ଚାଲିଛି, ଯେଉଁଥିରେ ସିଂହଦ୍ୱାରର ଚିତ୍ର ଥିବା ସୁନା ହାର ଏବଂ ସୁନା ପାଣି ଦିଆଯାଇଥିବା ବେଲ୍ଟ ବି ବାହାରିଥିଲା ।
ଏହିଠାରେ ସବୁଠୁ ଅଧିକା ଅଧ୍ୟୟନ କରାଯାଇଛି । ଶ୍ମଶାନରେ ମଧ୍ୟ ରିସର୍ଚ୍ଚ କରାଯାଇଥିଲା । ଏହି ଜମି ୨ଶହ ହେକ୍ଟରରୁ ଅଧିକ । ଏବେ ଏହି ସ୍ଥାନରୁ ସୁନା ବାହାରିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।