ବିଜେପି କର୍ପୋରେଟରଙ୍କ ମନମୁଖୀ କାର୍ଯ୍ୟ

କଟକ: କଟକରେ ବିଜେପି କର୍ପୋରେଟରଙ୍କ ମନମୁଖୀ କାର୍ଯ୍ୟ । ସରକାରୀ ଯୋଜନାକୁ ନିଜ ସମ୍ପତ୍ତି ଭାବି ନେଇଛନ୍ତି କଟକ ୫୧ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ରାକେଶ ସ୍ବାଇଁ । ନିଜ ଘରେ ବାଣ୍ଟୁଛନ୍ତି ମଧୁବାବୁ ଯୋଜନାରେ ପେନସନ । ଏଭଳି ଅଭିଯୋଗ ଆଣିଛନ୍ତି କଟକ ମହାନଗର ନିଗମ ୫୧ ନମ୍ବର ଓ୍ବାର୍ଡର ବିଜେଡି ସଭାପତି  ଜିତେନ୍ଦ୍ର ସ୍ବାଇଁ  ।

ଜିତେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ବିଜେପି କର୍ପୋରେଟର ରାକେଶ ସ୍ବାଇଁ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ଭତ୍ତା କାର୍ଡ ନିଜ ଘରକୁ ନେଇଥିଲେ । ସରକାରୀ କାର୍ଯ୍ୟାଳୟ ପରିବର୍ତ୍ତେ ନିଜ ଘରେ ହିଁ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ବାରମ୍ବାର ରାକେଶ ଏଭଳି ଆଇନ ଭାଙ୍ଗି ସରକାରୀ କାର୍ଯ୍ୟକୁ ବେନିୟମ ଭାବେ କରୁଥିବା ଅଭିଯୋଗ ହୋଇଛି । ଲୋକାଭିମୁଖୀ ଯୋଜନାକୁ ହଡ଼ପ କରି ବେଆଇନ କାର୍ଯ୍ୟକଳାପ ଚଳାଇଥିବା ନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି ୫୧ ନମ୍ବର ଓ୍ବାର୍ଡର ବିଜେଡି ସଭାପତି । ଏହା ସହିତ ଓ୍ବାର୍ଡ ସିଓଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ।