କମୁଛି ବୈତରଣୀ ନଦୀର ବନ୍ୟାଜଳ, ଏବେବି ୧୪ ପଞ୍ଚାୟତ ପ୍ରଭାବିତ
1 min read
ଆରଡି : ଭଦ୍ରକ ଜିଲ୍ଲାର ୨ଟି ବ୍ଲକ ଧାମନଗର ଓ ଚାନ୍ଦବାଲିରେ ଦେଖାଦେଇଥିବା ବୈତରଣୀ ନଦୀର ବନ୍ୟାଜଳ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଗତ ୨ ଦିନ ଧରି ଧାମନଗରର ୧୦ ପଞ୍ଚାୟତ ଓ ଚାନ୍ଦବାଲିର ୪ ପଞ୍ଚାୟତରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ବହୁ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଆଜି ଗାଁରୁ ପାଣି କମିଥିଲେ ମଧ୍ୟ ଶହଶହ ଏକର ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି । ଧାମନଗରର ପଧାନୀ, ଅର୍ଜୁନପୁର, ହସନାଵାଦ, ଖଡିପଦା, ଶେଣ୍ଢପୁର, ନଦୀଗାଁ, ସୋହଡା ଆଦି ୪୫ଖଣ୍ଡ ଗାଁ ସହ ଚାନ୍ଦବାଲିର ଆରଡି, ମୁଆ , ସନ୍ତରା, ସିଙ୍ଗିପୁର ଆଦି ୨୦ଟି ଗାଁର ପ୍ରଭାବିତ ହୋଇଛି । ଏହି ଅଞ୍ଚଳରେ ସୃଷ୍ଟି ହୋଇଥିବା ଵନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ଆଖଣ୍ଡଳମଣି -କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ଵୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂଵାରୁ ୨/୩ଫୁଟ ଉଚ୍ଚରେ ଵନ୍ୟାପାଣି ପ୍ରବାହିତ ହେଉଥିଲା । ଏବେ ତାହା କମିବାରୁ ଯାତାୟତ ସ୍ଵଭାବିକ ହେଉଛି । ହେଲେ ୨୦ ନମ୍ଵର ଜାତୀୟ ରାଜପଥର ମୁଆ ଘୋଷରା ଠାରେ ଵନ୍ୟାପାଣି ପ୍ରଵାହିତ ହେଉଛି । ସେହିପରି ଆରଡି-ଧାନଖଣିଆ ରାସ୍ତାର ସତସଙ୍ଗ ଛକ ନିକଟରେ ୩ଫୁଟ ଉଚ୍ଚରେ ଵନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।