spot_img

Latest Posts

ଆଜି ଭାଦ୍ରବ ପୂର୍ଣ୍ଣିମା ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ, ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ: ଆଜି ଭାଦ୍ରବ ପୂର୍ଣ୍ଣିମା ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଏନେଇ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ଵତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ଵାରଫିଟା ନୀତି ସହ ମଙ୍ଗଳ ଆଳତି ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ଵାଲ୍ଯଭୋଗ ଲାଗି କରାଯାଇଛି। ପରେ ସହଳ ନୀତି ନିମନ୍ତେ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ୩୦ ଯାଏଁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଲା କରାଯାଇଛି। ଏହି ସମୟ ମଧ୍ୟରେ ପହଡଖିଆ ଅନ୍ନ ନୀତି ସହ ଵଡନୀତି, ଅବକାଶ, ବଡ଼ସିଂହାର ବେଶ, ସଂଧ୍ୟାପୂଜା ଓ ଵାଟୁଳା ଦହି ପଖାଳ ଭୋଗ ଲାଗି ସମ୍ପନ୍ନ କରାଯିବ। ମଧ୍ୟାହ୍ନ ୧ଟାରେ ପହୁଡ଼ କରାଯିବ। ପାକତ୍ୟାଗ ଠାରୁ ଗ୍ରହଣ ସର୍ଵମୋକ୍ଷ ଯାଏଁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ପରଦିନ ଅର୍ଥାତ ସୋମବାର ଭୋର ୫ଟାରେ ପହୁଡ଼ ଖୋଲାଯାଇ ଦୈନନ୍ଦିନ ନୀତି ସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ହେବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ କୁହାଯାଇଛି।

Latest Posts

Don't Miss