ଆରମ୍ଭ ହୋଇଛି ବୈଶାଖୀ ବ୍ରତ, ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼

ଆରଡି: ପବିତ୍ର ମହାବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ବୈଶାଖୀ ବ୍ରତ । ଆଜି ବୈଶାଖୀବ୍ରତର ପ୍ରଥମ ସୋମବାରରେ ଆଖଣ୍ଡଳମଣି ପୀଠରେ ଜଳଲାଗି ପାଇଁ ଶହଶହ ଭକ୍ତଙ୍କ ଭିଡ଼ । ଆରଡି ପୀଠରେ ବାବାଙ୍କ ଶୀତଳ ଉପଚାର ନୀତି ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଭୋର ୪ଟାରୁ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସରିବା ପରେ ଜଳଲାଗି ଆରମ୍ଭ ହୋଇଛି।

ଶ୍ରଦ୍ଧାଳୁଭକ୍ତଙ୍କ ଦର୍ଶନ ଓ ଗୋପାଳ ଭକ୍ତଙ୍କର ଶୃଙ୍ଖଳିତ ଜଳାଭାଷେକ ପାଇଁ ମନ୍ଦିର ଭିତରେ ଓ ବାହାରେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଧାଡିରେ ଆସି ବାବାଙ୍କୁ ଦର୍ଶନ କରିବା ସହ ଜଳଲାଗି କରୁଛନ୍ତି । ମଧ୍ୟାହ୍ନ ପର୍ଯ୍ୟନ୍ତ ଘର୍ଷଣ ଲାଗି କରାଯିବା ସହ ଅପରାହ୍ଣରେ ବାବାଙ୍କ ବଡସିଂହାର ବେଶ କରାଯିବ।