ଏପ୍ରିଲ ମାସରେ ରାଜ୍ଯରେ ହେବ ଅସମ୍ଭାଳ ତାତି
ନୂଆଦିଲ୍ଲୀ: ଏପ୍ରିଲ୍ ମାସରେ ରାଜ୍ୟରେ ହେବ ଅସମ୍ଭାଳ ତାତି। ଚଳିତ ବର୍ଷ ଏପ୍ରିଲ୍ରୁ ଜୁନ୍ ପର୍ଯ୍ୟନ୍ତ ସ୍ଵାଭାବିକ ଠାରୁ ଅଧିକ ରହିବ ଗ୍ରୀଷ୍ମ ପ୍ରବାହ । ଅନ୍ୟପଟେ ଏହି ୩ ମାସରେ ବର୍ଷାର ପରିମାଣ କମ୍ ରହିବ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ଏହା ସହ ଚଳିତ ବର୍ଷ ଏପ୍ରିଲ୍ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିବ। ସାଧାରଣତଃ ଏପ୍ରିଲ ମାସରେ ହାରାହାରି ୧ ରୁ ୩ ଦିନ ଗ୍ରୀଷ୍ମ ପ୍ରବାହ ରହୁଥିବା ବେଳେ ଚଳିତ ବର୍ଷ ଏହା ୩ ରୁ ୮ ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଗ୍ରୀଷ୍ମ ଲହରୀ ର ଅବଧି ୧୧ ଦିନ ରହିଲେ ଏହାକୁ ସ୍ୱାଭାବିକ କୁହାଯାଉଥିବା ବେଳେ ଚଳିତ ବର୍ଷ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ରହିପାରେ ବୋଲି ଆଇଏମ୍ଡି ଡିଜି କହିଛନ୍ତି ।