ଅଧିକ ସଂକ୍ରମିତ ବାହାରୁଥିବା ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଏବେବି ଟଳି ନାହିଁ। ରାଜ୍ୟରେ ଦ୍ୱିତୀୟ ଲହରୀରେ କରୋନା ସଂକ୍ରମ ଆତଙ୍କ ସୃଷ୍ଟି କରିଛି। ତେବେ ଲକ୍ଡାଉନ କାରଣରୁ ଏବେ ୮ ହଜାର ତଳେ ରହିଛି କରୋନାର ଦୈନିକ ସଂକ୍ରମଣ। ଆଗକୁ କରୋନା ସ୍ଥିତିକୁ ଲକ୍ଷ କରି ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଜିଟିଭ ବାହାରୁଥିବା ଖୋର୍ଦ୍ଧା, ଅନୁଗୁଳ, କଟକ, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ବେଡ ଠାରୁ ଆରମ୍ଭ କରି ଆଇସିୟୁ ସଂଖ୍ୟା ବୃଦ୍ଧି କରାଯିବ। ଅନଗୁଳରେ ୧୨୦ ବେଡ୍, କଟକରେ ୧୭୭ ବେଡ୍, ଖୋର୍ଦ୍ଧାରେ ୩୪୦, ସୁନ୍ଦରଗଡରୁ ୧୫୦ ଓ ଢେଙ୍କାନାଳରେ ୧୦୦ଟି ଶଯ୍ୟା ବଢଯାଇଛି। ଏଥିସହ କୋଭିଡ ମେଡିକାଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଅଗ୍ନି ସୁରକ୍ଷାକର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।