ବିନା ବିରୋଧରେ ଗୃହିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର: ବିନା ଆଲୋଚନା କି ବିରୋଧରେ ଗିଲୋଟିନ୍ ମାଧ୍ୟମରେ ଗୃହିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ୧ଲକ୍ଷ ୫୫ହଜାର ୯୬୩କୋଟି ୩୬ଲକ୍ଷ ୮୧ ହଜାର ଟଙ୍କାର ବଜେଟ ପାସ୍ ହୋଇଛି । ଏଥିରେ ୪୨ଟି ବିଭାଗର ବିଲ୍ ଗୃହିତ ହୋଇଛି । ସମସ୍ତ ରାଜନୈତିକ ଦଳ ଏହାକୁ କରୋନା ମୁକାବିଲା ପାଇଁ ସମର୍ଥନ କରିଛନ୍ତି । ଏହାସହ ବିରୋଧି କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଦାବି କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ବିରୋଧୀ ପ୍ରଶଂସା ମଧ୍ୟ କରିଛନ୍ତି । ହେଲେ ସେହି ସବୁ ଯୋଜନା ଯେପରି କାଗଜରେ ସିମିତ ନ ରହୁ, ସେ ନେଇ ଆଲୋଚନା ହେବାକୁ ବିରୋଧି ଅନୁରୋଧ କରିଛନ୍ତି । ସେହିପରି ବାହାରେ ଫସିଥିବା ଓଡ଼ିଆଙ୍କ ସୁରକ୍ଷା, ରହଣୀ ଓ ଖାଦ୍ୟ ବ୍ୟବସ୍ଥା ଉପରେ ବି ଜୋର ଦେବାକୁ ଦାବି ହୋଇଛି । ସବୁ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିବା ସରକାରୀ ଦଳ ଉପମୁଖ୍ୟ ସଚେତକ କହିଛନ୍ତି ।

ବିଧାନସଭାର ଅସ୍ଥାୟୀ ଅଧିବେଶନ ଆଜି ଲୋକସେବା ଭବନରେ ଆରମ୍ଭ ହୋଇଥିଲା । ପ୍ରତି ରାଜନୈତିକ ଦଳର ୩୦ ପ୍ରତିଶତ ବିଧାୟକ ଉପସ୍ଥିତ ଥିଲେ । କରୋନା ପାଇଁ ସମସ୍ତେ ସଜାଗ ହୋଇଛନ୍ତି । ଅଧିବେଶନରେ ଯୋଗ ଦେବା ପୂର୍ବରୁ ଗେଟ୍ ସାମ୍ନାରେ ସାନିଟାଇଜରରେ ବିଧାୟକମାନେ ହାତ ଧୋଇଛନ୍ତି। ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇଛି ।

Leave a Reply