ଆଜିଠୁ ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା ସିଏମ୍-ସ୍ରିମ୍ ପାଇଁ ଅନଲାଇନରେ ଆବେଦନ

1 min read

ଭୁବନେଶ୍ୱର: କୋଭିଡରେ ଉତ୍ପାଦନ ବନ୍ଦ ହେଲା । କ୍ଷତି ସହିଲେ ଏମ୍ଏସ୍ଏମ୍ଇ ଶିଳ୍ପ । ବ୍ୟାଙ୍କ ଋଣ ଆଣି ହାତରୁ ସୁଧ ଗଣି ହେଲେ ତଳିତଳାନ୍ତ । କୋଭିଡ ପରେ ଉତ୍ପାଦନ ପାଇଁ ଅଣ୍ଟିଲାନି ଆର୍ଥିକ ସମ୍ବଳ । ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଇଛନ୍ତି ଆର୍ଥିକ ବରଦାନ।

ଆଜିଠାରୁ ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା ସିଏମ୍-ସ୍ରିମ୍ ପାଇଁ ଅନ୍ଲାଇନ୍ ଆବେଦନ। ଉପକୃତ ହେବେ ଲକ୍ଷାଧିକ ଏମ୍ଏସ୍ଏମ୍ଇ ଶିଳ୍ପ । www.cm-srim.odisha.gov.in ପୋର୍ଟାଲ୍ରେ ଆବେଦନ କରିପାରିବେ ଏମ୍ଏସ୍ଏମ୍ଇ ୟୁନିଟ୍। ପ୍ରଥମ ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ସୁଧ ପ୍ରଦାନ କରିଥିବା ୟୁନିଟ୍ଗୁଡ଼ିକ ଏହି ଯୋଜନାରେ ସୁଧ ଅର୍ଥ ଫେରସ୍ତ ପାଇବେ।

ସୁଧ ଫେରସ୍ତ ଯୋଜନା ଲାଭ ଉଠାଇବାକୁ ଥିବା ୟୁନିଟ୍ ପାଇଁ କେତୋଟି ସର୍ତ୍ତାବଳୀ ଲାଗୁ ହୋଇଛି। କାର୍ଯ୍ୟକାରୀ ପୁଞ୍ଜି ପାଇଁ ସୁଧ ଫେରସ୍ତ ଯୋଜନାର ଲାଭ ପାଇବାକୁ ଥିବା ଏମ୍ଏସ୍ଏମ୍ଇ ୟୁନିଟ୍ ସରକାରଙ୍କ ‘ଉଦ୍ୟମ’ ଯୋଜନା ଅନ୍ତର୍ଗତ ପଞ୍ଜିକୃତ ହୋଇଥିବେ। ଏମ୍ଏସ୍ଏମ୍ଇ ୟୁନିଟ୍ ୨୦୨୦ ମାର୍ଚ୍ଚ ପୂର୍ବରୁ କିମ୍ବା ସେହିଦିନ ଉତ୍ପାଦନ ଆରମ୍ଭ କରିଥିବ। ଅନ୍ୟୁନ ୭୫ ପ୍ରତିଶତ ଉତ୍ପାଦନ କରିଥିବା ଶିଳ୍ପ ଏହି ଯୋଜନାର ଲାଭ ଉଠାଇପାରିବେ।