spot_img

Latest Posts

ଦିଲ୍ଲୀରେ ଜୋରଧରିଲା ଏଲଜି ଭି.କେ. ସକ୍ସେନାଙ୍କ ଇସ୍ତଫା ଦାବି

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଜୋରଧରିଲା ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନାଙ୍କ ଇସ୍ତଫା ଦାବି। ଏଲଜିଙ୍କ ଇସ୍ତଫା ଦାବିରେ ଜୋରଦାର ବିକ୍ଷୋଭ କରିଛି ଆପ୍। ପୂର୍ବ ଦିଲ୍ଲୀରେ ଏକ ଡ୍ରେନରେ ପଡି ଜଣେ ମହିଳା ଓ ତାଙ୍କ ସନ୍ତାନଙ୍କ ମୃତ୍ଯୁ ଘଟଣାରେ ଏଲଜିଙ୍କ ଉପରେ ଦୋଷ ଲଦିଛି ଆପ୍। ରାଜ ନିବାସ ନିକଟରେ ଆୟୋଜିତ ବିକ୍ଷୋଭରେ ସାମିଲ ହୋଇଥିଲେ ବହୁ ଆପ୍ ନେତା ଓ କର୍ମୀ। ସେପଟେ ନାଳକୁ ନେଇ ବଢିଛି ବିବାଦ। ଆପ୍ କହିଛି ଯେଉଁ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା ସେହି ଅଞ୍ଚଳ ରହିଛି ଏଲଜି ନେତୃତ୍ବାଧୀନ ଡିଡିଏ ଅଧୀନରେ। ସେପଟେ ରାଜ ନିବାସ ପକ୍ଷରୁ କୁହାଯାଇଛି ସେହି ନାଳ ଅଞ୍ଚଳ ଆସୁଛି ଆପ୍ ନେତୃତ୍ବାଧୀନ ମହାନଗର ପୌରପାଳିକା ଅଧୀନରେ। ଆପ୍ ବିଧାୟକ କୁଳଦୀପ କୁମାର କହିଛନ୍ତି ମହିଳା ଓ ଶିଶୁ ବୁଡିଯାଇନାହାନ୍ତି ତାଙ୍କୁ ହତ୍ଯା କରାଯାଇଛି। ଦୁର୍ଘଟଣା ଘଟିଥିବା ନାଳର ଲମ୍ବା ୧ ହଜାର ମିଟର ହୋଇଥିବାବେଳେ ତାହାକୁ ଘୋଡଣୀ ଦିଆଯାଇ ନଥିଲା।

Latest Posts

Don't Miss