spot_img

Latest Posts

କଂଗ୍ରେସକୁ ଆମ୍ ଆଦମୀ ପାର୍ଟିର ବଡ଼ ଝଟକା, ଦିଲ୍ଲୀରେ ଏକାକି ନିର୍ବାଚନ ଲଢ଼ିବ ଆପ୍

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସକୁ ଆମ୍ ଆଦମୀ ପାର୍ଟିର ବଡ଼ ଝଟକା । ଦିଲ୍ଲୀରେ ଆପ୍ ଏକା ଲଢ଼ିବ ନିର୍ବାଚନ । ଦିଲ୍ଲୀ ମେଣ୍ଟ ଉପରେ କେଜ୍ରିୱାଲଙ୍କ ବୟାନ ପରେ ରାଜନାତିକ ହଟଚମଟ ଦେଖାଦେଇଛି । ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି କୌଣସି ଦଳ ସହ ମେଣ୍ଟ କରିବ ନାହିଁ। ଏଭଳି ପରିସ୍ଥିତିରେ ରାଜନୈତିକ ଅସ୍ଥିରତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଦିଲ୍ଲୀର ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ଏକା ନିର୍ବାଚନ ଲଢ଼ିବ । ଆମ୍ ଆଦମୀ ପାର୍ଟି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଆପ୍ ଏହାର ପ୍ରାର୍ଥୀଙ୍କ ଦୁଇଟି ତାଲିକା ମଧ୍ୟ ପ୍ରକାଶ କରିଛି ।  କଂଗ୍ରେସ ସହିତ ମେଣ୍ଟକୁ ଖଣ୍ଡନ କରିଛି ଆପ୍ । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି କଂଗ୍ରେସ ସହିତ ମେଣ୍ଟର କୌଣସି ସମ୍ଭାବନା ନାହିଁ । ସେପଟେ ଆପ୍ ସାଂସଦ ରାଘବ ଚଡ୍ଡା କହିଛନ୍ତି କଂଗ୍ରେସ ସହିତ ମେଣ୍ଟ ଖବର ମିଥ୍ୟା । ଆମେ ନିର୍ବାଚନ ଏକା ଲଢ଼ିବୁ ଏବଂ ଜିତିବୁ । ସେପଟେ କେଜରିୱାଲ କହିଛନ୍ତି ଚତୁର୍ଥ ଥର ପାଇଁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି ।

Latest Posts

Don't Miss