ରବୀନ୍ଦ୍ର ମଣ୍ଡପରେ ପରିବେଷଣ ହେଲା ନାଟକ ‘ଅପେକ୍ଷା କରିଛି ସେଇ ସକାଳ’କୁ

ଭୁବନେଶ୍ୱର:  ଭରପୁର ମନୋରଞ୍ଜନ ଓ ଜଣେ ସର୍ବଶାନ୍ତ ଚାଷୀର ହୃଦୟଭରା କାହାଣୀକୁ ନେଇ ପରିବେଷିତ ହୋଇଛି ନାଟକ ‘ଅପେକ୍ଷା କରିଛି ସେଇ ସକାଳ’କୁ। କ୍ଷୁଦ୍ର ଜଳସେଚନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏହି ନାଟକ ମଞ୍ଚସ୍ଥ ହୋଇଛି ।

ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚନା ଓ ପରିକଳ୍ପନା ଓ ଅବିନାଶ ଦଣ୍ଡପାଟଙ୍କ ନିର୍ଦ୍ଦେଶନାରେ ନାଟକ ଦେଖି ବିଭୋର ହେଲେ ଦର୍ଶକ। ନାଟକରେ ସବୁକିଛି ହରାଇ ସାରିଥିବା ଜଣେ ଚାଷୀ କିଭଳି ବହୁ କଷ୍ଟ ପରେ ପୁଣି  ଜଣେ ସଫଳ ଚାଷୀ ହୋଇପାରୁଛି ତାହା ଦର୍ଶାଯାଇଛି ।

ଏହାସହ ସରକାରଙ୍କ ବିଭିନ୍ନ ଯୋଜନା ଓ ଜଳବାୟୁ ପରିବର୍ତ୍ତନ ଓ ନୂଆପଡାରେ ଜଳସେଚିତ ପ୍ରକଳ୍ପକୁ ନାଟକରେ ସ୍ଥାନିତ କରାଯାଇଛି ।