spot_img

Latest Posts

ବିଧାନସଭାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍ ଆଗତ

ଭୁବନେଶ୍ବର: ରାଜ୍ୟରେ ସହଜ, ସରଳ ଓ ସ୍ବଚ୍ଛ ହେବ ଆପାର୍ଟମେଣ୍ଟ କିଣାବିକା କାରବାର ।  ଆପାର୍ଟମେଣ୍ଟ କ୍ରେତାମାନଙ୍କର ଏଣିକି ସାଧାରଣ କ୍ଷେତ୍ର ବା କମନ ଏରିଆରେ ସମାନ ଅଧିକାର ରହିବ  । ଏନେଇ ବାଟ ଫିଟିଛି । ବିଧାନସଭାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ ଆଗତ ହୋଇଛି । କିଛି ଦିନ ତଳେ ଅଧ୍ୟାଦେଶ ଆକାରରେ ଆଣିଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-1982 ଏବଂ ଓଡିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-1992କୁ କାର୍ଯ୍ୟକାରୀ ହେବା ପରେ ଏହାକୁ ଆଇନରେ ପରିଣତ କରିବାକୁ ବିଲ୍ ଉପସ୍ଥାପିତ ହୋଇଛି ।

ଏହା ଫଳରେ ଆପାର୍ଟମେଣ୍ଟର ସ୍ଵତନ୍ତ୍ର ମାଲିକାନା ଏବଂ ଅଧିକାର କ୍ରେତାମାନେ ପାଇବେ।  ଆପାର୍ଟମେଣ୍ଟ ମାଲିକ ତାଙ୍କ ଆପାର୍ଟମେଣ୍ଟ ଏବଂ ସାଧାରଣ କ୍ଷେତ୍ର ତଥା ଅବିଭକ୍ତ ଆଗ୍ରହକୁ ବିକ୍ରୟ, ବନ୍ଧକ, ଲିଜ୍, ଉପହାର, ବିନିମୟ କିମ୍ବା ଅନ୍ୟ କୌଣସି ଉପାୟରେ ଏହି ଆପାର୍ଟମେଣ୍ଟରେ ଥିବା ସୁବିଧାଗୁଡ଼ିକୁ ସ୍ଥାନାନ୍ତର କରିବାକୁ ବାଟ ଫିଟିବ । ପୂର୍ବରୁ ଥିବା ନିୟମାବଳୀରେ ଅସଙ୍ଗତି କାରଣରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ଏଥିଯୋଗୁଁ ଆପାର୍ଟମେଣ୍ଟଗୁଡିକର ପଞ୍ଜୀକରଣ ବନ୍ଦ ହୋଇଯାଇଛି  । ଯେଉଁଥିପାଇଁ ଆପାର୍ଟମେଣ୍ଟ କ୍ରେତାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସରକାରଙ୍କ ରାଜସ୍ବ ମଧ୍ୟ ହ୍ରାସ ପାଇଛି  । ଏବେ ବିଧାନସଭାରେ ବିଧେୟକ ଆସିବା ଦ୍ବାରା ଏହା ଗୃହୀତ ହେଲେ ଆପାର୍ଟମେଣ୍ଟ କିଣାବକା କାରବାର ଆଇନ ସହଜ ଓ ସ୍ବଚ୍ଛ ହେବ  ।

 

Latest Posts

Don't Miss