ନିୟମ ନମାନି ପୁରୀରେ ପଦଯାତ୍ରା ପାଇଁ ଅପରାଜିତାଙ୍କ ଉଦ୍ୟମ

ପୁରୀ: ସାଂସଦ ଭାଙ୍ଗିଲେ ଆଇନ । ନିୟମ ନମାନି ପୁରୀରେ ପଦଯାତ୍ରା ପାଇଁ ଉଦ୍ୟମ । ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପଦଯାତ୍ରାକୁ ଅନୁମତି ଦେଇନଥିବା ବେଳେ ସାଂସଦ ତାଙ୍କ ସହ ଭୁବନେଶ୍ବରରୁ ମାତ୍ର ୨୦ଜଣ ସମର୍ଥକଙ୍କୁ ଧରି ପୁରୀରେ ପହଞ୍ଚିଛନ୍ତି। ତାଙ୍କ ସହ କୌଣସି ବିଜେପି ନେତା ଯାଇନାହାନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ଆଳରେ ପଦଯାତ୍ରା ରାଜନୀତି କରୁଛନ୍ତି ଅପରାଜିତା । ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରୁଥିବା ବେଳେ ଚନ୍ଦନପୁର ନିକଟରେ ସାଂସଦ ଓ ସମର୍ଥକଙ୍କ ଗାଡି ଅଟକାଇଥିଲା ପୋଲିସ ।

ସାଂସଦ ଏକୁଟିଆ ଶ୍ରୀମନ୍ଦିରକୁ ଯାଇପାରିବେ । ସମର୍ଥକଙ୍କୁ ସାଙ୍ଗରେ ନେଇ ନଯିବାକୁ ଅନୁରୋଧ କରିଥିଲା ପୋଲିସ କିନ୍ତୁ, ସାଂସଦ ପୋଲିସର ଅନୁରୋଧକୁ ଭୃକ୍ଷେପ ନକରି ପଦଯାତ୍ରା ପାଇଁ ଅଡ଼ି ବସିଛନ୍ତି । ଆଇନର ରକ୍ଷାକାରୀ କିଭଳି ଆଇନର ଉଲ୍ଲଂଘନ କରୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି ।