ସାଂସଦ ମାନୁ ନାହାଁନ୍ତି ସାମାଜିକ ଦୂରତା ନିୟମ, ଭିଡ଼ ଭିତରେ ଭୂମିପୂଜା

1 min read

ଭୁବନେଶ୍ୱର: ପୁଣି ନିୟମ ଭାଙ୍ଗିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । କୋଭିଡ୍‌-୧୯ ନିୟମ ଭାଙ୍ଗି କିଛିଦିନ ତଳେ ଭୁଲ୍‌ ସ୍ୱୀକାର ସହ ଜରିମାନା ଦେଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁଣି ନିୟମ ଉଲ୍ଲଂଘନ କରିଛନ୍ତି । ଅପରାଜିତା ଆଜି ସକାଳେ ହଂସପାଳ ଓଭର ବ୍ରିଜ୍‌ ପାଇଁ ଶିଳାନ୍ୟାସ କରିଥିଲେ । ପ୍ରାୟ ଦେଢ଼ ବର୍ଷରେ ନିର୍ମାଣ ହେବାକୁ ଥିବା ଏହି ଓଭରବ୍ରିଜ୍‌ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ଏହି ଓଭରବ୍ରିଜ୍‌ର ଶିଳାନ୍ୟାସ ସମୟରେ ରହି ନଥିଲା ସାମାଜିକ ଦୂରତା ।

ତେବେ ଏହି ସମୟରେ କେବଳ ଅପରାଜିତା ନଥିଲେ ତାଙ୍କ ସହ ବିଜେପି ଅନ୍ୟ ନେତା, କର୍ମୀ ଓ ସମର୍ଥକ ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ସାମାଜିକ ଦୂରତାକୁ ବେଖାତିର କରିଥିଲେ ସମସ୍ତେ । ଏହି ସମୟରେ ଭିଡ଼ ଏତେ ଥିଲା ଯେ ରାସ୍ତା ଜାମ୍‌ ହୋଇଯାଇଥିଲା । ଫଳରେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଅଟକି ରହିଥିଲା ।

ଏହାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଜାଣତରେ ଏପରି କରିଛନ୍ତି ନା ଜାଣିଶୁଣି କରିଛନ୍ତି ? ନା ସାମାନ୍ୟ ଜରିମାନା ଦେଇ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି ।

ବଢ଼ୁଛି ଗୋଷ୍ଠୀ କନ୍ଦଳ, ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ…

Leave a Reply