ଶାଳୀନତା ଭୁଲିଯାଉଛନ୍ତି ଅପରାଜିତା ଏବଂ ଧର୍ମେନ୍ଦ୍ର ପ୍ରଧାନ

1 min read

ଭୁବନେଶ୍ୱର : ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲା ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର । ବାରମ୍ବାର କାହିଁକି ବିଜେପିର ଏହି ଦୁଇ ସାଂସଦ ଓଡ଼ିଶାର ବିକାଶକୁ ବିରୋଧ କରୁଛନ୍ତି ତାହା ସମସ୍ତଙ୍କୁ ଅାଶ୍ଚର୍ଯ୍ୟ କରୁଛି । ୫ବର୍ଷ କିଛି କରିପାରିଲେ ନାହିଁ ଯଦି ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ କରୁଛନ୍ତି ରାଜ୍ୟବାସୀଙ୍କ ପାଇଁ କରୁଛନ୍ତି ତାହେଲେ କାହିଁକି ଅାପଣ ବିରୋଧ କରୁଛନ୍ତି । ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଶ୍ନରେ କାହିଁକି ଉତ୍ତର ନଦେଇ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କ ଉପରେ ଏତେ ଅପଶବ୍ଦ ବ୍ୟବହାର କରୁଛନ୍ତି ବୋଲି ପ୍ରଶ୍ନକଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସାଂସଦ ଭାବେ ୫ ବର୍ଷ ରହିବା ପରେ ଓଡ଼ିଶା ଲାଗି କରିଛନ୍ତି କଣ ? ରାଜ୍ଯର ବିଭିନ୍ନ ସ୍ବାର୍ଥ ନେଇ କେନ୍ଦ୍ରମନ୍ତ୍ରୀ କରିଛନ୍ତି କଣ? ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ଯତା କାହିଁକି ଦିଆଗଲା ନାହିଁ? ବିଜୁ ବାବୁଙ୍କୁ କାହିଁକି ଭାରତ ରତ୍ନ ଦିଆଗଲା ନାହିଁ? ୧୪ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଷଡ଼ଯନ୍ତ୍ର କରି ବନ୍ଦ କରିଦେଲେ। ଚାଷୀଙ୍କ ଆୟ ବଢ଼ାଇବା, ଫସଲ ବୀମା ପ୍ରଦାନ କରିବା, ଏମଏସପି ଦୁଇଗୁଣ ପ୍ରତିଜ୍ଞା ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ତଥା ବିଜେ଼ଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି- ବିଜେପି ନେତାମାନେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଅରୁଚିକ ମନ୍ତବ୍ଯ ଦେଉଛନ୍ତି। ବୟସ, ଅଭିଜ୍ଞତା ନେଇ ଅରୁଚିକର ମନ୍ତବ୍ଯ ଦେଉଛନ୍ତି। ଯାହା ଅତ୍ଯନ୍ତ ନିନ୍ଦନୀୟ। ସାଂସଦ ଅପରାଜିତା ଷଡ଼ଙ୍ଗୀ ହାରିବା ନିଶ୍ଚିତ।

ବିଜେପି ନେତାମାନେ ବାରମ୍ବାର ଅପମାନଜନକ ବକ୍ତବ୍ଯ ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ଦେଉଛନ୍ତି। ବୟସ, ଅଭିଜ୍ଞତା ନେଇ ଅରୁଚିକର ମନ୍ତବ୍ଯ ଦେଉଛନ୍ତି। ଏହା ରାଜନୀତିରେ ଶୋଭା ପାଏନି। ବିଜେଡି କେବେ ବି ବିଜେପିର ନେତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ଯ ଦେଇନାହିଁ। ମାତ୍ର ବିଜେପି ନେତାଙ୍କ ଏପରି ମନ୍ତବ୍ଯ ଅତ୍ୟନ୍ତ ନିନ୍ଦନୀୟ। ଭୁବନେଶ୍ବର ଲୋକସଭା କ୍ଷେତ୍ର ଲାଗି କଣ ରହିଛି ଅବଦାନ ବୋଲି ପ୍ରଶ୍ନ କରିଥିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ହେଲେ ସାଂସଦ ନାନା ଅରୁଚିକର ମନ୍ତବ୍ଯ ଦେଇଥିବାରୁ ତାହାକୁ ନିନ୍ଦା କରିଛନ୍ତି ସସ୍ମିତ। ଓଡ଼ିଶାର ସ୍ବାର୍ଥ ବିରୋଧରେ ଅପରାଜିତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କାମ କରୁଛନ୍ତି।  ଏନଏଚ ୫୫ ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇପାରିଲା ନାହିଁ। ଉପକୂଳ ରାଜପଥ ହେଲାନାହିଁ। ଇସ୍କନ ମନ୍ଦିର ସମ୍ମୁଖରେ କାହିଁକି ପାଣି ଜମୁଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ।