ବିହାରରେ ସସପେନ୍ସ ଜାରି,ଶେଷ ମୂହୁର୍ତ୍ତରେ କିଛି ବି ହୋଇପାରେ

ପାଟନା: ବିହାରରେ ଚିତ୍ର ସ୍ପଷ୍ଟ ହୋଇ ସାରିଛି ବୋଲି ଯଦି ଭାବୁଛନ୍ତି ତେବେ ଠିକ୍ ନୁହେଁ । ବିହାରରେ ଏବେ ମଧ୍ୟ କିଛି ବି ଘଟିପାରେ ।୧୫ ବର୍ଷ ପରେ ଆରଜେଡି କ୍ଷମତାକୁ ଫେରି ପାରେ କିମ୍ବା ୧୫ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ପୁଣି ଥରେ ନୀତିଶ କମବ୍ୟାକ୍ କରି ପାରନ୍ତି । ଏମିତି ଭାବିବାର କାରଣ ହେଉଛି ଯେ, ବିହାର ବିଧାନସଭାର ୧୨୩ ଆସନରେ ଏନଡିଏ ଆଗରେ ଅଛି କିନ୍ତୁ ଭୋଟ୍ ବ୍ୟବଧାନ ମାତ୍ର ୩ ହଜାର । ଏହାର ଅର୍ଥ ହେଉଛି ଆଗକୁ ପଲା କେଉଁ ପଟକୁ ଭାରି ହେବ ତାହା କିଛି କହି  ହେବ ନାହିଁ ।

ଦିନ ଗୋଟାଏ ସୁଧା ମିଳିଥିବା ତଥ୍ୟ ଅନୁସାରେ ୧୬୬ ଆସନରେ ଭୋଟ ବ୍ୟବଧାନ ୫ ହଜାରରୁ କମ ଥିଲା । ୧୨୩ରେ ୩ ହଜାରରୁ କମ,୮୦ ଆସନରେ ୨ ହଜାରରୁ କମ । ସେହିଭଳି ୨୦ ଆସନରେ ଭୋଟ ବ୍ୟବଧାନ ମାତ୍ର ୫ଶହ । ଏଭଳି ୭ ଆସନ ଅଛନ୍ତି ଯେଉଁଠାରେ ମତ ବ୍ୟବଧାନ ୨ ଶହରୁ କମ । ତେଣୁ କିଛି ବି ହୋଇପାରେ ।

ବିଳମ୍ବରେ ଆସିବ ପରିଣାମ

ନିର୍ବାଚନ ଆୟୋଗ ଅନୁସାରେ ଏଥର ପରିଣାମ ଆସିବାରେ ବିଳମ୍ବ ହେବ । କାରଣ ହେଉଛି କରୋନା । ସଂକ୍ରମଣକୁ ଧ୍ୟାନରେ ରଖି ମତ ଗଣନା କେନ୍ଦ୍ର ସଂଖ୍ୟା ୭୨ ହଜାରୁ ୧ ଲକ୍ଷ ୬ ହଜାର ୫୧୫ କରାଯାଇଛି । ତେଣୁ ବିଳମ୍ବରେ ଫଳାଫଳ ଆସିବ ।

ଟ୍ରେଣ୍ଡରେ ଏନଡିଏକୁ ବହୁମତ

ବିହାର ବିଧାନସଭାର ୨୪୩ ଆସନର ପ୍ରାରମ୍ଭିକ ସଂକେତରୁ ଏନଡିଏକୁ ମ୍ୟାଜିକ୍ ନମ୍ବର ମିଳୁଥିବା ଦେଖା ଯାଉଛି । ତାଜା ସୂଚନା ଅନୁସାରେ ଏନଡିଏ ୧୨୧ ଆସନରେ ଆଗୁଆ ଥିବା ବେଳେ ୧୪ରେ ବିଜୟ ପାଇଛି । ବିଜେପି ରାଜ୍ୟର ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି । ଅନ୍ୟପକ୍ଷରେ ଆରଜେଡି ଦ୍ୱିତୀୟ ବୃହତମ ଦଳ ହୋଇ ପାରିଛି ।

 

Leave a Reply