ତିନି ବର୍ଷ ପରେ ବଲିଉଡକୁ ଫେରିଲେ ଅନୁଷ୍କା, ଝୁଲଣ ଗୋସ୍ୱାମୀଙ୍କ ବାୟୋପିକରେ କରିବେ ଅଭିନୟ
1 min readମୁମ୍ବାଇ: ଦୀର୍ଘ ତିନି ବର୍ଷ ପରେ ପୁଣି ଥରେ ବଲିଉଡକୁ ଫେରିଲେ ଅନୁଷ୍କା ଶର୍ମା । ତିନି ବର୍ଷର ବିରତି ପରେ ଏବେ ପୁଣି ଚଳଚ୍ଚିତ୍ର କରିବେ ଅନୁଷ୍କା । ଚଳିତ ଥର ଅନୁଷ୍କା ଏକ ବାୟୋପିକ୍ ଫିଲ୍ମରେ ନଜର ଆସିବେ । ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଚରିତ୍ରରେ ନଜର ଆସିବେ ଅନୁଷ୍କା ଶର୍ମା। ଯେଉଁ ଫିଲ୍ମର ନାଁ ହେଉଛି ଚକଦା ଏକ୍ସପ୍ରେସ ।
View this post on Instagram
ଶେଷ ଥର ପାଇଁ ୨୦୧୮ ମସିହାରେ ଚଳଚ୍ଚିତ୍ରରେ ନଜର ଆସିଥିଲେ ଅନୁଷ୍କା । ଶାହାରୁଖ ଖାନ ଷ୍ଟାରର ’ଜିରୋ’ ଫିଲ୍ମରେ ଶେଷ ଥର ପାଇଁ ଅଭିନୟ କରିଥିଲେ ଅନୁଷ୍କା । ଏହା ପରେ ବିରାଟ କୋହଲିଙ୍କ ସହ ବିବାହ ପରେ ବଲିଉଡରୁ ବିରତି ନେଇଥିଲେ ସେ । ତେବେ ତିନି ବର୍ଷର ବ୍ରେକ ପରେ ପୁଣି ଥରେ ଚକଦା ଏକ୍ସପ୍ରେସରେ ନଜର ଆସିବେ ଅନୁଷ୍କା । ଅନୁଷ୍କା ଶର୍ମାଙ୍କ ଏହି ଫିଲ୍ମ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ ।
When you represent India, that’s all that is on your mind. Tum desh ke liye khel rahe ho, apne liye nahi. 11 women playing to place Team India’s name in history.
It doesn’t matter if they said ladkiyan cricket nahi khel sakti. pic.twitter.com/H7LQ4BEzQP
— Jhulan Goswami (@JhulanG10) January 6, 2022
ଏହି ଫିଲ୍ମର ଟିଜର ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫିଲ୍ମର ଟିଜର ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି କି ବାସ୍ତବରେ ଏହା ଏକ ସ୍ୱତନ୍ତ୍ର ଫିଲ୍ମ । କାରଣ ଏହା ବଳିଦାନର ଏକ ଜବରଦସ୍ତ କାହାଣୀ । ଚକଦା ଏକ୍ସପ୍ରେସ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଏହା ଆଧାରିତ । ଯେତେବେଳେ ଝୁଲଣ କ୍ରିକେଟର ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିଶ୍ୱସ୍ତରରେ ଭାରତକୁ ଗର୍ବିତ କରିଥିଲେ, ସେତେବେଳେ ମହିଳାମାନଙ୍କ ପାଇଁ ଖେଳିବା ବିଷୟରେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ ଥିଲା । ଏହି ଫିଲ୍ମଟି ଅନେକ ଉଦାହରଣର ନାଟକୀୟ ରିଟେଲିଂ ଯାହା ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଏବଂ ମହିଳା କ୍ରିକେଟକୁ ଏକ ରୂପ ଦେଇଛି ବୋଲି ଲେଖିଛନ୍ତି ଅନୁଷ୍କା ଶର୍ମା ।
All aboard the Chakda ‘Xpress! Get ready for a journey of a lifetime with the greatest fast bowler @JhulanG10 herself?? https://t.co/Lb4mv1XM8y
— Netflix India (@NetflixIndia) January 6, 2022
ତେବେ ଯଦି ଝୁଲଣ ଗୋସ୍ୱାମୀଙ୍କ କଥା କହିବା ତାହାଲେ ସେ ଦୀର୍ଘ ୧୯ ବର୍ଷ ଧରି ଭାରତୀୟ କ୍ରିକେଟରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ୨୦୦୨ ଜାନୁଆରୀ ୬ରେ ଦିନିକିଆରେ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ୧୯୨ଟି ଦିନିକିଆ ମ୍ୟାଚ ଖେଳି ୨୪୦ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଟେଷ୍ଟରେ ୧୨ଟି ମ୍ୟାଚ ଖେଳି ୪୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଟି-୨୦ କଥା ଯଦି କହିବା ତାହାଲେ ଏପର୍ଯ୍ୟନ୍ତ ୬୮ ମ୍ୟାଚ ଖେଳି ୫୬ ଓ୍ୱିକେଟ ଅକ୍ତିଆର କରିଛନ୍ତି ।