ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ଓ୍ୱାଲଙ୍କ ପୁଅଙ୍କ ଅକାଳ ବିୟୋଗ, ୩୫ ବର୍ଷରେ ଦୁନିଆରୁ ନେଲେ ବିଦାୟ

1 min read

ମୁମ୍ବାଇ: ବର୍ଷ ୨୦୨୦ ଇତିହାସର ଏକ କଳା ଅଧ୍ୟାୟ । ବିଶ୍ୱକୁ ଖୁବ କଷ୍ଟ ଦେଇଛି ୨୦୨୦ । ଏହାକୁ ଏକ ଅଶୁଭ ବର୍ଷ ବୋଲି ଲୋକ ବିବେଚନା କରୁଛନ୍ତି । ସମସ୍ୟା ପିଛା ଛାଡ଼ୁନି । ପ୍ରସିଦ୍ଧ ବଲିଉଡ ଅଭିନେତା ଋଷି କପୂର, ଇରଫାନ ଖାନ୍,ଚାଡ଼ଓ୍ୱିକ ବୋଷମ୍ୟାନ,ବିଜୟ ମହାନ୍ତି,ନିଶିକାନ୍ତ କାମତ,ସରୋଜ ଖାନ୍,ଓ୍ୱଜିଦ ଖାନ୍ ଏବଂ ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଥିବା ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ୨୦୨୦ରେ ଏକ ଅଭୁଲା ଇତିହାସ। ଏତିକିରେ ପୂର୍ଣ୍ଣଛେଦ ପଡ଼ିନାହିଁ । ପୁଣି ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ସୂଚନା ମୁତାବକ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ଓ୍ୱାଲଙ୍କ ପୁଅ ଆଦିତ୍ୟ ପୌଡ଼ଓ୍ୱାଲଙ୍କ ଅକାଳ ବିୟୋଗ ହୋଇଛି । ୩୫ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି ।


ଖବର ଅନୁଯାୟୀ ଆଦିତ୍ୟ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ । ଏଥିପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଡନୀ ଫେଲ ଯୋଗୁଁ ଶନିବାର ସକାଳେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି । ଆଦିତ୍ୟଙ୍କ ମୃତ୍ୟୁ ପରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।


ସୂଚନାଯୋଗ୍ୟ ଅନୁରାଧାଙ୍କ ଭଳି ଆଦିତ୍ୟ ମଧ୍ୟ ଭଜନ ଗାଉଥିଲେ । ଏହା ବ୍ୟତୀତ ସେ ମ୍ୟୁଜିକ କମ୍ପୋଜ ମଧ୍ୟ କରୁଥିଲେ । ତାଙ୍କ ନାମ ଭାରତର ସବୁଠାରୁ କମ ବୟସ୍କ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ‘ଲିମକା ବୁକ ଅଫ ରେକର୍ଡ଼ସ’ରେ ସାମିଲ ରହିଛି ।

Leave a Reply