‘ପ୍ରତୀକ୍ଷା’ର ପ୍ରଯୋଜନା କରିବେ ଅନୁପମ୍ ଖେର୍, ହିନ୍ଦୀରେ ଆସିବ ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: ଫେରିଛି ଓଡିଆ ସିନେମାର ସୁବର୍ଣ୍ଣ ଯୁଗ  । ହିନ୍ଦୀରେ ରିମେକ୍ ହେବ ଓଡିଆ ସିନେମା ପ୍ରତୀକ୍ଷା  ।  ଦମନ ପରେ ଆଉ ଏକ ଓଡିଆ ଫିଲ୍ମ ପ୍ରତିକ୍ଷାକୁ ନେଇ ନୂଆ ସମ୍ଭାବନା ଦେଖିବାକୁ ମିଳିଛି । ପ୍ରତିକ୍ଷାର ହିନ୍ଦୀ ରିମେକର ପ୍ରଯୋଜନା କରିବେ ବଲିଉଡର ଭେଟେରାନ କଳାକାର ଅନୁମପ୍ ଖେର । ଏଥିସହିତ ନିଜେ ମଧ୍ୟ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ସେ ଘୋଷଣା କରିଛନ୍ତି ।

ଗୋଆରେ ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଚାଲିଛ  ।  ଏହି ଫିଲ୍ମ ଦେଖୁଥିଲେ ବଲିଉଡ ଅଭିନେତା ଅନୁପମ ଖେର୍ । ଫିଲ୍ମଟି ରିଲିଜ୍ ପୂର୍ବରୁ ଢେର୍ ପ୍ରଂଶସା ସାଉଁଟିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତିକ୍ଷା । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହ ରିମେକ ପାଇଁ ଅନୁବନ୍ଧିତ ହେଲେ ଅନୁପମ ଖେର । ଏଥିପାଇଁ ଅଗ୍ରିମ ୧୧ ଶହ ଟଙ୍କା ପ୍ରଦାନ କରିଛନ୍ତି ।