କେନାଲରେ ଭାସିଗଲେ ମହିଳା

ନନ୍ଦିଘୋଷ ବ୍ୟୁରୋ:  ଗାଧୋଇବା ବେଳେ କେନାଲରେ ଭାସିଗଲେ ମହିଳା । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତର କେନାଲରେ ଗାଧୋଇଲା ବେଳେ ଭାସିଗଲେ ମହିଳା। ମହିଳା ଜଣକ ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ସାହି ବାସିନ୍ଦା ଅଶୋକ ସାମଲଙ୍କ ୨୨ ବର୍ଷୀୟ ସ୍ତ୍ରୀ ପୂର୍ଣ୍ଣିମା ସାମଲ। ପରିବାରର ୫ ଜଣ ସଦସ୍ୟ ସକାଳେ ଗାଧୋଇବା ବେଳେ ସେ ଭାରସାମ୍ଯ ହରାଇ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟମାନେ ଲୁଗା ପକାଇ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ସଫଳ ହୋଇ ପାରିନଥିଲେ । ଗ୍ରାମବାସୀ ଦମକଳବାହିନୀକୁ ଖବର ଦେବା ପରେ ଦମକଳବାହିନୀ ଆସି ଉଦ୍ଧାର  କାର୍ଯ୍ୟ ଜାରି ରଖିଥିବାବେଳେ ବଅଁରପାଳ ପୋଲିସ, ତହସିଲଦାର, ଆର ଆଇ, ଓ ଜିଲ୍ଲା ଦମକଳବାହିନୀ ଅଧିକାରୀ ପହଞ୍ଚିଛନ୍ତି।