ଅନୁକମ୍ପା ୱେବ ପୋର୍ଟାଲ ଆରମ୍ଭ କଲେ ରାଜ୍ୟ ସରକାର, ଏଣିକି ସହଜରେ ମିଳିବ ସହାୟତା

1 min read

ଭୁବନେଶ୍ୱର : କେବଳ ପ୍ରାକୃତିକ ଶୋଭାରାଜି ନୁହେଁ, ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓଡ଼ିଶା ମାନଚିତ୍ରକୁ ସମୃଦ୍ଧ କରିଆସୁଛି । ହେଲେ କ୍ୱଚିତ ସମୟରେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ଦେଖାଦେଉଛି । ଏଥିରେ ଧନଜୀବନ ହାନି ହେବା ସହ ବହୁତ କ୍ଷୟକ୍ଷତି ହୋଇଥାଏ । ତେଣୁ ଏଥିରେ ପ୍ରଭାବିତ ପୀଡିତଙ୍କୁ ତଥା ସେମାନଙ୍କ ପରିବାରକୁ ସହୟତା ପ୍ରଦାନ କରାଯାଇଥାଏ । ଏହାକୁ ଆହୁରି ସୁରୁଖୁରରେ କରିବା ପାଇଁ ଓଡ଼ିଶା ସରକାର ଅନୁକମ୍ପା ୱେବ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ।

ଏହି ପୋର୍ଟାଲ ମାଧ୍ୟମରେ ମଣିଷ ମୃତ୍ୟୁ, ଗୁରୁତର ଆହତ, ସାମାନ୍ୟ ଆହାତ, ବନ୍ୟପ୍ରାଣୀ ଦ୍ୱାରା ଘର କ୍ଷୟକ୍ଷତି ବାବଦ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ଏହି ୱେବ ପୋର୍ଟାଲଟିକୁ ପିସିସିଏଫ(ବନ୍ୟପ୍ରାଣୀ), ମୁଖ୍ୟ ବନ୍ୟପ୍ରାଣୀ ୱାଡେନ ଦ୍ୱାରା ପ୍ରସ୍ତୁତି ଏବଂ ଉନ୍ନତି କରାଯାଇଛି । ଏଥିରେ ସହଯୋଗ କରିଛି ଓଆରଏସଏସି । ବନ୍ୟପ୍ରାଣୀ ସୁରକ୍ଷା(ଓଡ଼ିଶା) ଆଇନ-୧୯୭୪ ଅନୁସାରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୁଧବାର ଏହି ସୂଚନା ଦେଇଛନ୍ତି । ୬୬ତମ ବନ୍ୟପ୍ରାଣୀ ସପ୍ତାହ-୨୦୨୦ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି । ୫ଟି ଚାର୍ଟର ଦ୍ୱାରା ରାଜ୍ୟରେ ସମସ୍ତ ପ୍ରକାର ବନ୍ୟପ୍ରାଣୀ ସଂରକ୍ଷଣକୁ ବ୍ୟାପକ ଗୁରୁତ୍ୱ ଦିଆଯାଉଛି । ସାଧାରଣ ଲୋକଙ୍କ ସକାରାତ୍ମକ ସହଯୋଗ ପାଇଁ ବିଜୁ ପଟ୍ଟନାୟକ ସମ୍ମାନ ମଧ୍ୟ ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେସନକୁ ମିଳିଛି ।

Leave a Reply