କରୋନା ଗ୍ରାଫରେ ସାମିଲ ହେଲା ଅନୁଗୁଳ, ଏକାଥରକେ ୧୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗ୍ରୀନ୍‌ ଜୋନ୍‌କୁ ଆଟାକ୍‌ କରୁଛି କରୋନା । ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ଧିରେ ଧିରେ ନିଜ ଅକ୍ତିଆରକୁ ନେଲାଣି ମାରାତ୍ମକ ଭାଇରସ୍‌ । ପୂର୍ବରୁ ୧୯ ଟି ଜିଲ୍ଲା କରୋନା କବଳରେ ଥିବା ବେଳେ ଏବେ ୨୦ରେ ପହଞ୍ଚିଛି । ୨୦ ନମ୍ବରରେ ସାମିଲ ହୋଇଛି ଅନୁଗୁଳ ଜିଲ୍ଲା ।

ଯାହା ପୂର୍ବରୁ ଗ୍ରୀନ୍‌ ଜୋନରେ ଥିଲା ସେଠାରେ ଆଜି ଏକା ଥରକେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସକାଳୁ ୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍‌ଡାଉନ୍‌

ସେହି ତାଲିକାରେ ଅନୁଗୁଳର ସଂକ୍ରମିତଙ୍କ ସଂଖ୍ୟା ୧୩ରେ ରହିଥିଲା । ରାଜ୍ୟରେ ଏବେ କରୋନା କରୋନା ସଂଖ୍ୟା ୩୫୨ରେ ପହଞ୍ଚିଥିବାବେଳେ ସକ୍ରିୟ ରହିଛନ୍ତି ୨୮୧ ଜଣ । ସେଥିମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Leave a Reply