ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
![](https://nandighoshatv.com/wp-content/uploads/2025/02/vlcsnap-2025-02-09-10h18m36s857-1024x576.png)
ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ହେଲେ ସମ୍ବଲପୁର ଜିଲ୍ଲା କତରାବାଗ ଥାନା ଅଞ୍ଚଳର ଲୋକନାଥ ମେହେର । କମ୍ପାନୀରେ ଚାକିରି କରାଇଦେବା ପାଇଁ ବ୍ରଜରାଜନଗରର ଅମିତ କୁମାର ବଢ଼େଇଙ୍କୁ ୯୦ହଜାର ଟଙ୍କା ଦେଇଥିଲେ ଲୋକନାଥ । କମ୍ପାନୀରେ ନିଯୁକ୍ତି ଦେବାକୁ କହି ଲୋକନାଥଙ୍କୁ ଘରୁ ଡାକିଆଣିଥିଲେ ଅମିତ । ଗତକାଲି ଅପରାହ୍ନରେ ଲୋକନାଥଙ୍କ ଗଳିତ ମୃତଦେହକୁ କାଙ୍କରେଇ ନାଳ ନିକଟରୁ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଜବତ କରିଛି । ଲୋକନାଥଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଶବକୁ ଜବତ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ୯୦ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।