ଅଟୋ-କାର ମୁହାମୁହିଁ ଧକ୍କା, ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ-କାର ମୁହାମୁହିଁ ଧକ୍କା। ଦୁର୍ଘଟଣାରେ ୩ ମୃତ, ୩ ଗୁରୁତର। ମୃତକମାନେ ହେଲେ ବଂଶୀଧର ସେଠୀ, ସ୍ତ୍ରୀ କମଳା ସେଠୀ ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି। ଗୁରୁତର ମାନେ ହେଲେ ସୁନୀତା ସେଠୀ, ପୁଅ ଶ୍ରୀସାଇ ସେଠୀ ଓ ବିଶ୍ୱଜିତ୍।  ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧରଙ୍କ ଦେହ ଖରାପ ହେବାରୁ ଅନୁଗୋଳ ଚିକିତ୍ସାଳୟକୁ ଦେହ ଦେଖାଇବା ପାଇଁ ଏକ ଅଟୋ ଯୋଗେ ସ୍ତ୍ରୀ କମଳା, ବୋହୂ ସୁନୀତା ଓ ପୁଅ ଶ୍ରୀ ସାଇ  ଚିକିତ୍ସାଳୟ ଆସିଥିଲେ। ଦେହ ଦେଖାଇବା ପରେ ବଂଶୀଧରଙ୍କ ସମୁଦି ଘର ତୁରଙ୍ଗ ଗ୍ରାମକୁ ଯାଇଥିଲେ। ସେଠାରେ ଖାଇ ସାରି ଅଟୋ ଯୋଗେ କାରନ୍ଦା ଗ୍ରାମକୁ ଫେରୁଥିବା ବେଳେ ନରସିଂହପୁର ଅଞ୍ଚଳରୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା। ଅଟୋ ଓ କାର ରାସ୍ତା କଡରେ ଥିବା ବିଲ ଭିତରକୁ ପଶିଯାଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ଯାଉଥିବା ବଂଶୀଧର, ସ୍ତ୍ରୀ କମଳା ଓ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କ ମୃତ୍ୟୁ ଘଟିଥିଲା। କାର ମାଲିକ ଗୁରୁତର ଥିବା ବେଳେ କାର ଚାଳକ ଙ୍କର କୌଣସି ଖବର୍ ମିଳିନାହିଁ। ଖବର ପାଇ ଅନୁଗୋଳ ଅଗ୍ନିଶମ ବିଭାଗ ପହଁଚି ସମସ୍ତ୍ ମୃତ ଏବଂ ଗୁରୁତର ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଖବର ପାଇ ସଦର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।