ଗମ୍ଭୀର ହେଉଛି ଦାମ୍ପତ୍ୟ ଜୀବନ, ବର୍ଷାଙ୍କ ବିରୋଧରେ ଡିଜିପିଙ୍କୁ ଚିଠି ଲେଖିଲେ ଅନୁଭବ

Anubhav Mohanty

କଟକ: ବର୍ଷା ଅନୁଭବ ଦାମ୍ପତ୍ୟ ଜୀବନ ବିବାଦ ପ୍ରସଙ୍ଗ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ନିଜର ସୁରକ୍ଷା ପାଇଁ ସାଂସଦ ଅନୁଭବ ମହାନ୍ତି ଡିଜିପି ଅଭୟଙ୍କୁ ଚିଠି ଲେଖିଛନ୍ତି । ବର୍ଷା ଓ ତାଙ୍କ ଭଉଣୀ ଅନୁଭବଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । କିଛିଦିନ ତଳେ ବର୍ଷା ଓ ତାଙ୍କ ଭଉଣୀଙ୍କ ବାର୍ତ୍ତାଳାପ ଅଡିଓ ଭାଇରାଲ ହୋଇଥିଲା ।

ଯେଉଁଥିରେ ଅନୁଭବ ଓ ତାଙ୍କ ପରିବାର ବିରୁଦ୍ଧରେରେ ଆପତ୍ତିଜନକ କଥା ହେଉଥିବା ଶୁଣିବାକୁ ମିଲିଥିଲା । ଏହା ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ବୋଲି ସେ କହିବା ସହ ସୁରକ୍ଷା ନେଇ ଡିଜିପିଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ସେପଟେ ଶୁକ୍ରବାର ରାତିରେ ନନ୍ଦି ସାହି ଘରେ ଅନୁଭବ ବର୍ଷାଙ୍କ ମଧ୍ୟରେ ରୁମରେ ପ୍ରବେଶ କରିବାର ଅଧିକାରକୁ ନେଇ ବଚଷା ପରେ ଅନୁଭବ ରୁମରେ ଚାବି ପକାଇଦେଇଥିବା ଅଭିଯୋଗ କରିଛନ୍ତି ବର୍ଷା । ଫଳରେ ସେ ଘଣ୍ଟାଏ ବାହାରେ ଛିଡ଼ା ହୋଇ ରହିଥିଲେ । କୋର୍ଟ ନନ୍ଦିସାହି ଘରେ ବର୍ଷାଙ୍କୁ ରହିବାର ଅନୁମତି ଦେଇଥିବା ବେଳେ ଅନୁଭବ ସେ ଆଦେଶର ଅବମାନନା କରିଥିବା ନେଇ ବର୍ଷା ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି । ଦିନକ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ ଉଭୟଙ୍କ ବଚସା ଭିଡିଓରେ କମେଣ୍ଟକୁ ନେଇ ସମ୍ମାନ ହାନି ହେଉଥିବା ଥାନାରେ ଏତଲା ଦେଇଥିଲେ ବର୍ଷା ।

Leave a Reply