ବର୍ଷାଙ୍କ ନିକଟକୁ ସ୍ୱାମୀ ଅନୁଭବ ପଠାଇଲେ ଭାଗବତ ଗୀତା

1 min read

କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଫ୍ୟାମିଲି କୋର୍ଟରେ ଆରମ୍ଭ ହୋଇଛି ଶୁଣାଣି । ଏହି ଶୁଣାଣି ଆସନ୍ତା ୨ ଦିନ ଧରି ଚାଲିବ । ଅନୁଭବ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ପ୍ରତିପକ୍ଷ ଓକିଲଙ୍କ ଜେରାର ସମ୍ମୁଖୀନ ହୋଇଛନ୍ତି । ଜେରା ସରିବା ପରେ ବର୍ଷାଙ୍କୁ ତାଙ୍କ ଓକିଲ ଜରିଆରେ ଏକ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ପ୍ରଦାନ କରିଛନ୍ତି । ପୁର୍ବରୁ ବର୍ଷା-ଅନୁଭବଙ୍କ ମଧ୍ୟରେ ସୋସିଆଲ ମିଡିଆରେ ପରସ୍ପର ବିରୋଧରରେ ଭର୍ତ୍ସନା କରିବା ପରେ, ବର୍ଷା କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ମାମଲାରେ କୋର୍ଟ ଅନୁଭବଙ୍କୁ ମାମଲା ସରିବା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ଦେବା ଉପରେ ରୋକ ଲଗାଇଥିଲେ । ଏହାପରେ ମଧ୍ୟ ଅନୁଭବ ସୋସିଆଲ ମିଡିଆରେ ବର୍ଷାଙ୍କ ବିରୋଧରେ ଭିଡିଓ କରି ପୋଷ୍ଟ କରିଥିଲେ । ଯାହାକୁ ନେଇ ବର୍ଷା ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେହିପରି ଅନୁଭବଙ୍କ ଘରେ ବର୍ଷା ରହିବେ ନା, ବାହାରେ ଭଡାଘରେ ରହିବେ ସେ ନେଇ ପ୍ରଥମେ ଏସଡିଜେଏମ କୋର୍ଟରେ ମାମଲାର ଶୁଣାଣୀ ହୋଇଥିଲା ।

କୋର୍ଟ ବର୍ଷାଙ୍କୁ ଦୁଇମାସ ମଧ୍ୟରେ ଅନୁଭବଙ୍କ ଘର ଛାଡି ଭଡା ଘରେ ରହିବେ ଓ ମାସକୁ ୩୦ହଜାର ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲା ଦୌରାଜଜ୍, ଏସଡିଜେମ୍ ଙ୍କ ରାୟକୁ ସ୍ଥଗିତ କରିବା ସହ, ବର୍ଷା ଅନୁଭବଙ୍କ ଘରେ ରହିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କୁ ଛାଡପତ୍ର ଦେବାଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ଯାହା ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତର ହୋଇଥିଲା ।