spot_img

Latest Posts

ଇସ୍ରାଏଲରେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ

ଗାଜା: ଇସ୍ରାଏଲ ଓ ହମାସ ଯୁଦ୍ଧକୁ ବିତିଲାଣି ୪ ସପ୍ତାହ। ଗତମାସ ୭ତାରିଖରେ ଘମାଘୋଟ ଯୁଦ୍ଧ ଜାରି ରହିଥିବାବେଳେ ଗାଜାରେ ପାଖାପାଖି ୧୦ ହଜାର ଲୋକଙ୍କର ଜୀବନ ଗଲାଣି। ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ହମାସକୁ ମୂଳପୋଛ କରିବାକୁ ଅଭିଯାନ ଜାରି ରଖିଛି ଇସ୍ରାଏଲ । ହମାସର ସୁଡ଼ଙ୍ଗ, ରକେଟ ଲଞ୍ଚରକୁ ଧ୍ବଂସ କରିବାକୁ ଘନ ଘନ ଆକ୍ରମଣ କରୁଛି।

ଆଜି ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲ ଗସ୍ତରେ ଯାଉଛନ୍ତି। ଯୁଦ୍ଧ ପରେ ଆଣ୍ଟୋନି ଦ୍ବିତୀୟ ଥର ପାଇଁ ଇସ୍ରାଏଲ ଗସ୍ତ କରୁଛନ୍ତି। ସାଧାରଣ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଅସ୍ତ୍ରବିରତି ପାଇଁ ଅପିଲ କରିଛନ୍ତି ବିଶ୍ବନେତା। ଆମେରିକା ରାଷ୍ଟ୍ରପତିଙ୍କ ସମେତ ବହୁ ଆରବ ନେତା ଅସ୍ତ୍ରବିରତି ପାଇଁ ଅପିଲ କରିଛନ୍ତି। ଗାଜା ଉପରେ ଇସ୍ରାଏଲ ୧୦ ହଜାରରୁ ଅଧିକ ବୋମା ପକାଇଲାଣି ବୋଲି ସୂଚନା ମିଳିଛି। ଏହା ଭିତରେ ଗାଜାରେ ଫସିଥିବା ୬୦ଟି ଦେଶର ୭ ହଜାର ବିଦେଶୀ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଲାଗି ବହୁ ଦେଶ ଘୋଷଣା କରିଛନ୍ତି। ରାଫା କ୍ରସିଂ ଦେଇ ଏହି ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ୪୦୦ ନାଗରିକ ଗାଜା ଛାଡ଼ିସାରିଥିବା ସୂଚନା ମିଳିଛି ।

ସେପଟେ ଇସ୍ରାଏଲ ଉପରେ ଅକ୍ଟୋବର ୭ ହମଲା ପରି ଅଧିକ ଆକ୍ରମଣ ଚାଲିବ ବୋଲି ଧମକ ଦେଇଛନ୍ତି ହମାସ ମୁଖପାତ୍ର ଘାଜି ହମ୍ମଦ। ସେ କହିଛନ୍ତି- ଇସ୍ରାଏଲକୁ ଉଚିତ ଶିକ୍ଷା ଦିଆଯିବ। ଗାଜାରୁ ଇସ୍ରାଏଲକୁ ସମ୍ପୂର୍ଣ୍ଣ ନ ହଟାଇବା ଯାଏ ଏହି ସଂଗ୍ରାମ ଚାଲିବ। ବର୍ତ୍ତମାନ ସୁଦ୍ଧା ପ୍ରାଣହରାଇଥିବା ସହିଦମାନଙ୍କ ଲାଗି ହମାସ ଗର୍ବ ଅନୁଭବ କରେ ବୋଲି ସେ କହିଛନ୍ତି।

Latest Posts

Don't Miss