ଯେଉଁଠି ଆଣ୍ଟିବାୟୋଟିକସ ଦରକାର ପଡ଼ିବ ଦିଆଯିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର
1 min readଭୁବନେଶ୍ବର: ଡାକ୍ତର ଆଣ୍ଟିବାୟୋଟିକସ ଲେଖିବାର କାରଣ ଦର୍ଶାଇବା ପ୍ରସଙ୍ଗରେ ମତ ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଏନେଇ ପୂର୍ବରୁ ନିୟମ ରହିଛି । ଆଣ୍ଟିବାୟୋଟିକସର ରେଜିଷ୍ଟାନ୍ସ ବିଶ୍ୱସ୍ତରରେ ବଢୁଛି । ଅପବ୍ୟବହାର ଯୋଗୁ ଏହା ଉପରେ କଟକଣା ଲାଗୁ କରିବାକୁ ବାହାରିଛନ୍ତି କେନ୍ଦ୍ର ସରକାର । ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଯେଉଁଠି ଆଣ୍ଟିବାୟୋଟିକସ ଦରକାର, ଦିଆଯିବ । ଡାଇଗ୍ନୋସିସ ପରି ଆଣ୍ଟିବାୟୋଟିକସ ପାଇଁ କାରଣ ଜଣାଇଲେ ମୌଳିକ ବ୍ୟବହାର ହେବ । ଡକ୍ୟୁମେଣ୍ଟେସନ ହୋଇପାରିବ । ଡ୍ରଗ୍ କଣ୍ଟ୍ରୋଲ ଆଇନରେ ମଧ୍ୟ ଏହା ଉଲ୍ଲେଖ ଅଛି ।
ପ୍ରେସକ୍ରିପସନ ନ ଦେଖି ଔଷଧ ଦେବା କଥା ନୁହେଁ । କିଛି ଡ୍ରଗ୍ ବିନା ପ୍ରେସକ୍ରିପସନ ବିକ୍ରି ହୋଇପାରିବ ନାହିଁ । ନନ୍- କମ୍ୟୁନେବଲ ଜୁନୋଟିକ ରୋଗ ପରି ଆଣ୍ଟି ମାଇକ୍ରୋବାଲ ରେଜିଷ୍ଟାନ୍ସ ବଡ଼ ବିପଦ ଆଣିପାରେ । ରୋଗର ସମ୍ବେଦନଶୀଳତା ବୁଝିବାକୁ ପଡ଼ିବ । ଡାକ୍ତର ଆଣ୍ଟିବାୟୋଟିକସର କାରଣ ଜୁଡିସିଅସଲି ଲେଖନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ସେପଟେ ଡ୍ରଗସ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର କହିଛନ୍ତି, ଡ୍ରଗସ ଏବଂ କସମେଟିକସ ଆକ୍ଟ ଅନୁଚ୍ଛେଦ ଏଚରେ ଏହା ଲେଖା ଅଛି । ଏଚରେ ୫୫୧ ଡ୍ରଗସ ଥିବାବେଳେ ଏଚ-ୱାନରେ ୪୭ ଡ୍ରଗ୍ସ ସାମିଲ ଅଛି ଯାହା ଉଚ୍ଚ ଆଣ୍ଟିବାୟୋଟିକସ । ଏଥିପାଇଁ ଦୋକାନରେ ରେଜିଷ୍ଟରରେ ଲେଖିବା ନିୟମ ରହିଛି । ନିୟମ ଉଲ୍ଲଂଘନ କଲେ କାରଣ ଦର୍ଶାଅ ନୋଟିସ ଜାରି ହେଉଛି । ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି । ଆବଶ୍ୟକ ପଡିଲେ ଲାଇସେନ୍ସ ବାତିଲ ହୋଇପାରିବ । ବିନା ଚିଠାରେ ନ ବିକିବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଔଷଧ ବିନା ଚିଠା ଦେଇ କିଣି ହେବ । ଡ୍ରଗସ କଣ୍ଟ୍ରୋଲର ତଦାରଖ କରୁଛନ୍ତି । କାରଣ ଆଣ୍ଟିବାୟୋଟିକ୍ସର ପ୍ରତିକୂଳ ପ୍ରଭାବ ମଧ୍ୟ ରହିଛି ବୋଲି କହିଛନ୍ତି ଡ୍ରଗସ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର ।