ଭିଜିଲାନ୍ସ ଜାଲରେ ବାଲେଶ୍ବର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ବାଲେଶ୍ୱର: ବାଲେଶ୍ୱର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଜନାର୍ଦ୍ଦନ ପଲାଇ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ଜଳେଶ୍ୱରରେ ଥିବା ଘର, ଜଳେଶ୍ୱର ନୂଆବଜାରରେ ଥିବା କାର୍ଯ୍ୟାଳୟ, ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜନାର୍ଦ୍ଦନଙ୍କ ଢାବାରେ ଚଢ଼ାଉ କରିଛି ଭିଜିଲାନ୍ସ । ଜନାର୍ଦ୍ଦନଙ୍କ ସମ୍ପର୍କୀୟଙ୍କ ଘର ଓ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ରେଡ୍ । ବାଲେଶ୍ୱର ଚାଉଳ ସଂଗ୍ରହ କେନ୍ଦ୍ର ଓ ଜଳେଶ୍ୱର ଜିଲ୍ଲା ଗୋଦାମ ଗୃହରେ କାର୍ଯ୍ୟରତ ଅଛନ୍ତି ଜନାର୍ଦ୍ଦନ । ଏହି ଭିଜିଲାନ୍ସ ଚଢ଼ାଉରେ ୪ ଜଣ ଡିଏସପି ଓ ୫ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।