ଆଇଏମ୍‌ଏସ୍ ‘ପ୍ରବଳ’ରୁ ଆଣ୍ଟିସିପ ମିଶାଇଲର ଲକ୍ଷ୍ୟଭେଦ: ନିମିଷକେ ଚକମାଚୁର୍ ହେଲା ଟାର୍ଗେଟ

1 min read

ବଳ ବଢାଉଛି ଭାରତୀୟ ନୌସେନା ।  ଆଜି ଆରବ ସାଗରରେ ନୌସେନା ଅଭ୍ୟାସ ଜାରି ରହିଥିବା ବେଳେ ଏକ ଆଣ୍ଟି ସିପ ମିସାଇଲ ଆଇଏନଏସ ପ୍ରବଳ ଜାହାଜରୁ ପରୀକ୍ଷଣ କରାଯାଇଥିଲା । ଲକ୍ଷ୍ୟ ଏତେ ସଠିକ ଥିଲା ଯେ ଟାର୍ଗେଟରେ ଥିବା ଜାହାଜଟି ଧ୍ୱସ୍ତବିଧ୍ୱସ୍ତ ହୋଇ ସମୁଦ୍ରରେ ବୁଡିଯାଇଥିଲା ।  ସମୁଦ୍ରରେ ୧୩୦ କିଲୋମିଟର ଦୂରରୁ ଶତ୍ରୁକୁ ଜବାବ ଦେବା ପାଇଁ ସାମର୍ଥ୍ୟ ରଖିଛି ଏହି ଆଣ୍ଟିସିପ ମିସାଇଲ ଲଦାଖରେ ଚୀନର ଚକ୍ରାନ୍ତକୁ ପଣ୍ଡ କରିବାକୁ ଭାରତ ଜାରି ରଖିଛି ଯୁଦ୍ଧାଭ୍ୟାସ  । ଆକ୍ସନ ମୋଡରେ ଜଳ, ସ୍ଥଳ ଓ ବାୟୁ ସେନା । ଗତ ଦେଢ ମାସରେ ୧୨ ମିଶାଇଲ ପରୀକ୍ଷା କରି ବଢାଇଛି ତାକତ  । ପୂରା ଦକ୍ଷତାର ସହ ଶତ୍ରୁର ମୁକାବିଲା ଲାଗି ଚଳାଇଛି ପ୍ଲାନ ପରେ ପ୍ଲାନ ।

ଏହି କ୍ରମରେ ଆଇଏନଏସ ‘ପ୍ରବଳ’ରୁ ଆଣ୍ଟିସିପ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ୧୩୦ କିଲୋମିଟର ଦୂରରୁ ଶତ୍ରୁକୁ ଦେଇଛି ଚକ୍‌ମା । ଆଜି ଭାରତୀୟ ନୌସେନା ଜାହାଜ ଆଇଏନଏସ ‘ପ୍ରବଳ’ରୁ ଏକ ଆଣ୍ଟିସିପ ମିସାଇଲର ସଫଳ ପରୀକ୍ଷଣ କରିଛି ।  ଆରବ ସାଗରରେ ନୌସେନା ଯୁଦ୍ଧାଭ୍ୟାସ ଜାରି ରହିଥିବା ବେଳେ ଆଣ୍ଟି ସିପ ମିସାଇଲ ଆଇଏନଏସ ପ୍ରବଳ ଜାହାଜରୁ ପରୀକ୍ଷଣ କରାଯାଇଥିଲା । ଲକ୍ଷ୍ୟ ଏତେ ସଠିକ ଥିଲା ଯେ ଟାର୍ଗେଟରେ ଥିବା ଜାହାଜଟି ନିମିଷକେ ସମୁଦ୍ରରେ ଲୀନ ହୋଇଯାଇଥିଲା  ।

ଯାହାର ଭିଡିଓ ଜାରି କରିଛି ନୌସେନା । ଦେଖନ୍ତୁ ଏହି ନୌସେନା ଜାରି କରିଥିବା ସେହି ଭିଡିଓକୁ  । ଆଇଏନଏସ ‘ପ୍ରବଳ’ ମାଡରେ କିଭଳି ଜାହଜଟି ବୁଡିଯିବା ସହ ନିଶ୍ଚିହ୍ନ ହୋଇଯାଇଛି । ଏହା ହିଁ ବୟାନ କରୁଛି ଶତ୍ରୁ ରାଷ୍ଟ୍ରର ଜାହାଜ ଉପରେ କେତେ ମାତ୍ରାରେ ଭାରି ପଡିବ ଏହି ଭାରତର ଆଣ୍ଟିସିପ ମିସାଇଲ । ସମୁଦ୍ର ମଝିରେ ଥାଇ ମଧ୍ୟ କୂଳକୁ ଟାର୍ଗେଟ କରିପାରିବ ଏହି ମିସାଇଲ ।  ଆଇଏନସ ପ୍ରବଳରେ ଋଷ ନିର୍ମିତ ୧୬ଟି ମିସାଇଲ ମୁତୟନ କରାଯାଇଛି ।  ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଏହା ନିର୍ମିତ ହୋଇଛି । ଗତ କିଛି ଦିନ ମଧ୍ୟରେ ଭାରତୀୟ ନୌସେନା ଅନେକ ମିସାଇଲ ପରୀକ୍ଷଣ କରି ସଫଳ ହୋଇଛି । ଆଉ ଏହା ଦ୍ୱାରା ଶତ୍ରୁ ରାଷ୍ଟ୍ରକୁ ଚେତାବନୀ ଦେଇଛି ଭାରତ ।

Leave a Reply