୨୨ ମାଓ କ୍ୟାଡରଙ୍କ ତାଲିକା ଜାରି କଲା କନ୍ଧମାଳ ପୋଲିସ

1 min read

ବାଲିଗୁଡ଼ା: ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା । ମାଓବାଦୀଙ୍କ ଠିକଣା ଦେଲେ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି । ଏଭଳି ଏକ ବଡ଼ ଘୋଷଣା କରିଛି କନ୍ଧମାଳ ପୋଲିସ  । କେକେବିଏନ୍‌ ମାଓ ସଙ୍ଗଠନର ୨୨ଜଣ କ୍ୟାଡର ମାଓବାଦୀଙ୍କ ନାଁରେ ପୁରସ୍କାର ରାଶି ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ।

NAXAL

କେଉଁ ମାଓବାଦୀ ପାଇଁ ଲକ୍ଷେ ତ ଆଉ କାହା ପାଇଁ ୫ ଲକ୍ଷ ଟଙ୍କା । ଏହିଭଳି ଭାବେ କେକେବିଏନ ସଙ୍ଗଠନର ୨୨ ମାଓବାଦୀଙ୍କ ପାଇଁ ବିଭିନ୍ନ ରକମର ରାଶି ଘୋଷଣା କରାଯାଇଛି । ଏଥିସହ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ଆତ୍ମସମର୍ପଣ କରିବାକୁ ପୋଷ୍ଟରରେ ଲେଖା ଯାଇଛି ।

ଆତ୍ମସମର୍ପଣ କରିବା ପରେ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ  । ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବ । ମାଓବାଦୀଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ସୂଚନା ଗୁପ୍ତ ରଖାଯିବ ଓ ନିଜେ ଆତ୍ମସମର୍ପଣ କଲେ ଘୋଷଣା ହୋଇଥିବା ପୁରସ୍କାର ରାଶି ତାଙ୍କୁ ମିଳିବ ବୋଲି କୁହାଯାଇଛି । ଏଥିସହ ପୋଲିସ ଯୋଗାଯୋଗ କରିବାକୁ ଟେଲିଫୋନ୍ ନମ୍ବର ଜାରି କରାଯାଇଛି । ')}

Leave a Reply