ଗାଁରେ ଥିବା ଦେଶୀ ମଦ ଭାଟି ଭାଙ୍ଗିଲେ ଶତାଧିକ ମହିଳା

ପୁରୁଷୋତ୍ତମପୁର: ତେଜିଲା ମଦ ବିରୋଧୀ ଆନ୍ଦୋଳନ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗାଁରେ ମଦ ଭାଟି ଭାଙ୍ଗିଲେ ଶତାଧିକ ମହିଳା । ଗାଁର ମଝିରେ ଏହି ଦେଶୀ ମଦ ଭାଟି ଓ ବିକ୍ରି ହେଉଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲା । ଫଳରେ ଏହି ମଦଭାଟି ଉତ୍ସେଦ ପାଇଁ ବାରମ୍ୱାର ଦାବୀ କରିଥିଲା ସ୍ଥାନୀୟବାସୀ ।
ହେଲେ କୌଣସି ସୁଫଳ ନମିଳିବାରୁ ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ଭାଟିରେ ମହଜୁଦ୍ ଥିବା ସମସ୍ତ ମଦକୁ ନଷ୍ଟ କରି ଦେଇଛନ୍ତି । ସେପଟେ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।