ହୋଟେଲ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଓଢ଼ଣୀରେ ଝୁଲି ପଡ଼ିଥିବା ସୂଚନା

ଭୁବନେଶ୍ୱର: ପ୍ରେମିକାର ଓଢ଼ଣୀରେ ଝୁଲି ପଡ଼ିଲେ ପ୍ରେମିକ । ଭୁବନେଶ୍ବରରେ ଓୟୋ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଦୁର୍ଗାପ୍ରସାଦ ମିଶ୍ର । ଖଣ୍ଡଗିରି ଜାଗମରା ସ୍ଥିତ ଏକ ହୋଟେଲରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରେମିକା ବାଥରୁମରେ ଥିବା ବେଳେ ତାଙ୍କ ଓଢ଼ଣିରେ ଆତ୍ମହତ୍ୟା କରିଥିବା ସୂଚନା ।
ଅନ୍ୟପଟେ ଜନ୍ମଦିନରେ ଭୋଜି ପାଇଁ ଡାକି ଯୁବକଙ୍କ ବାନ୍ଧବୀ ଓ ଦୁଇ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ମୃତ ଯୁବକଙ୍କ ଭଉଣୀ ଓ ଭିଣୋଇ । ଭୋଜିରେ ମୃତ ଦୁର୍ଗାପ୍ରସାଦ ଓ ତାଙ୍କ ବାନ୍ଧବୀଙ୍କ ସହ ୨ ବନ୍ଧୁ ଉପସ୍ଥିତ ଥିଲେ । ଗତକାଲି ରାତି ପ୍ରାୟ ୨ଟା ସମୟରେ ବୋଉଙ୍କୁ କଲ କରିଥିଲେ ଦୁର୍ଗାପ୍ରସାଦ । ଯୁବକଙ୍କ ଘର ନିଆଳି ଜଲାରପୁର ଗାଁରେ ବୋଲି ଜଣାପଡ଼ିଛି । ଭୁବନେଶ୍ବରରେ ଏକ ଠିକାଦାରଙ୍କ ପାଖରେ ଚାକିରି କରୁଥିଲେ ଦୁର୍ଗା ପ୍ରସାଦ ।