ଆସୁଛି ଆଉ ଏକ ପଶ୍ଚିମାଝଡ଼, ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷିବ

1 min read

ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମାଝଡ଼ । ଆଗାମୀ ୫ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୬ ତାରିଖରୁ ଓଡ଼ିଶାରେ ପଶ୍ଚିମାଝଡ଼ର ପ୍ରଭାବ ଦେଖିବାକୁ ମିଳିବ। ୨୬ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପଡ଼ିବ । ଗଂଜାମ, ଗଜପତି,ଖୋର୍ଦ୍ଧା, ନୟାଗଡ଼,ପୁରୀ ସମେତ ପାର୍ଶ୍ବବର୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ।

୨୭ତାରିଖରୁ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ । ୨୭ରେ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ସଲଗ୍ନ ଜିଲ୍ଲା ଗୁଡ଼ିକର ମଧ୍ୟ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପୂର୍ବର ପଶ୍ଚିମାଝଡ଼ ଅପେକ୍ଷା ଏହାର ପ୍ରଭାବ କମ ରହିବ । ଏପଟେ ଟ୍ରପଲାଇନ ପ୍ରଭାବରେ ଉପକୂଳ ଓଡିଶାରେ କାଳବୈଶାଖି ବର୍ଷା ଜାରି ରହିଛି । ଟୁଇନସିଟିରେ ଆକାଶ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।