spot_img

Latest Posts

କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଚଳିତ ବର୍ଷର ଏହା ଚତୁର୍ଥ ମାମଲା…

କୋଟା: ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ ଏହା ହେଉଛି ଚତୁର୍ଥ ମାମଲା। ସୂଚନା ଅନୁଯାୟୀ, ଉକ୍ତ ଛାତ୍ର ଜଣକ ଦ୍ୱାଦଶ ଶ୍ରେଣୀର ଛାତ୍ର ହୋଇଥିବା ବେଳେ JEE ପାଇଁ ପ୍ରସ୍ତୁତ ହେଉଥିଲେ। ସକାଳେ ପରିବାର ସଦସ୍ୟ ଛାତ୍ରଙ୍କୁ ଫୋନ କରିଥିଲେ ମଧ୍ୟ ସେ କଲ୍ ଉଠାଇ ନଥିଲେ। ଯାହାପରେ ଚିନ୍ତାରେ ପଡିଯାଇଥିଲେ ପରିବାର ବର୍ଗ ।

ପରବର୍ତ୍ତୀ ସମୟରେ ଛାତ୍ରଙ୍କ ପରିବାର ପକ୍ଷରୁ ହଷ୍ଟେଲ ୱାର୍ଡେନଙ୍କୁ ଯୋଗାଯୋଗ କରାଯାଇଥିଲା । ୱାର୍ଡେନ ରୁମରେ ପହଞ୍ଚି ଛାତ୍ରଙ୍କୁ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ୱାର୍ଡେନ ତୁରନ୍ତ ପୋଲିସ ଏବଂ ପରିବାର ସଦସ୍ୟଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ତଳକୁ ଓହ୍ଲାଇଥିଲେ ।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନର କୋଟା ହେଉଛି ଇଞ୍ଜିନିୟରିଂ ଏବଂ ମେଡିକାଲ କୋଚିଂର ହବ୍ | ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ଏଠାକୁ ଆସନ୍ତି | ଏଭଳି ପରିସ୍ଥିତିରେ ଅନେକ ଛାତ୍ର ସଫଳ ହୁଅନ୍ତି ଏବଂ ଅନେକ ଛାତ୍ରଙ୍କୁ ନିରାଶ ହେବାକୁ ପଡେ । ୨୦୨୪ ବର୍ଷରେ ହିଁ ଏଯାବତ୍ ୩ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି।

Latest Posts

Don't Miss