ଝାରସୁଗୁଡ଼ାରେ ଆଉ ଜଣେ ପଜିଟିଭ, ଗଞ୍ଜାମରୁ ଚିହ୍ନଟ ୨ ସୁରତ ଫେରନ୍ତା
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫେରନ୍ତାଙ୍କ ଚିନ୍ତାରେ ଘାଣ୍ଟି ହେଉଛି ପୁରା ରାଜ୍ୟ । ଆଜି ପ୍ରଥମ ଥର ପାଇଁ ଗଞ୍ଜାମରେ ୨ଟି କରୋନା ଚିହ୍ନଟ ହେବା ପରେ ପୁଣି ଥରେ ଝାରସୁଗୁଡ଼ାରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିସାଇ ଝାରସୁଗୁଡ଼ାରେ ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ସଂକ୍ରମିତ ହେଉଛନ୍ତି ଜଣ ମହିଳା ତାଙ୍କର ବୟସ ହେଉଛି ୪୦ ବର୍ଷ । ମହିଳା ଜଣକ ପୂର୍ବ ସଂକ୍ରମିତଙ୍କ ସଂଶ୍ପର୍ଷ ଆସିଥିଲେ । ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାରେ ଏପ୍ରିଲ ୨୯ ତାରିଖରେ ଜଣେ ଚିହ୍ନଟ ହୋଇଥିଲେ ।
First Health Update, 3rd May
Two Positives of Ganjam
17 yr Male & 22 yr Male
(Surat returnees. Asymptomatic)One Positive Case in Jharsuguda
40 yr Female
Contact of previous positive caseContact tracing and follow-up action is being done.
Total Positive Case: 160— I & PR Department, Odisha (@IPR_Odisha) May 3, 2020
ସେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଥିଲା । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ ପଜିଟିଭ୍ ସୁରତ ଫେରନ୍ତା । ସଂକ୍ରମିତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଉଭୟ ପୁରୁଷ, ବୟସ-୧୭ ଓ ୨୨ ବର୍ଷ ।