ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

କଟକ: ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ଏସସିବିରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର । ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିଲେ ସୋହେଲ । କିଡନୀ ଜନିତ ଜଟିଳ ସମସ୍ୟା ଥିବାରୁ ତାଙ୍କର ଅବସ୍ଥା ଗୁରୁତର ଥିଲା । ୧୫ ଦିନ ପରେ ସୋହେଲଙ୍କର ମୃତ୍ୟୁ ହୋଇଛି । ଫଳରେ ଏସସିବିରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ବର୍ତ୍ତମାନ ଏସସିବିରେ ଆଉ ୪୬ ଆହତଙ୍କର ଚିକିତ୍ସା ଚାଲିଛି । ଗତକାଲି ବିହାରର ପ୍ରକାଶଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । କିଛିଦିନ ପୂର୍ବରୁ ବିହାରର ବିଜୟ ପାଶଓ୍ବାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।