ପୁଣି ଜଣଙ୍କର ଜୀବନ ନେଲା ଅନୁଗୁଳ ଏନଏଚ୍-୫୫ ; ଦୁର୍ଘଟଣାରେ ଆଶାକର୍ମୀ ମୃତ

ଅନୁଗୁଳ : ଜାତୀୟ ରାଜପଥ ୫୫ର ଦୁରବସ୍ଥା । ପୁଣି ଗଲା ଜଣଙ୍କର ଜୀବନ । ଗୋଟିଏ ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଚାଲିଗଲା ଆଶକର୍ମୀଙ୍କର ଜୀବନ । ଗର୍ଭବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ହେଲା ଆଶାକର୍ମୀଙ୍କ ମୃତ୍ୟୁ ।
ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମାଧପୁର ସିଏଚସି ଅଧିନରେ କାର୍ଯ୍ୟରତ ଆଶା ଦିଦି କୁମାରୀ ସାହୁ ଆଜି ଭୋରରୁ ଜଣେ ଗର୍ଭବତୀଙ୍କୁ ତାଙ୍କ ଅଞ୍ଚଳରୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ସେ ମାଧପୁର ଯାଉଥିବା ବେଳେ ଥାନା ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ତାଙ୍କ ଉପରେ ଟ୍ରକ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଜାତୀୟ ରାଜପଥ ୫୫ ଉପରେ ଦୁର୍ଘଟଣା ଘଟି ଥିବା ବେଳେ ଜାତୀୟ ରାଜପଥର ଦୁରବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାମାନ୍ୟ ଉତ୍ତେଜନା ଦ୍ଵକା ଦେଇଛି ।