ପୁଣି ଏକ ପରୀ ହତ୍ୟା : ଦୁଷ୍କର୍ମ ପରେ ନାବାଳିକାକୁ ମାରିଛି ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ବେବି ହତ୍ୟାକାଣ୍ଡ ମାମଲାର ଖୁଲାସା । ବେବିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସୂଚନା ଦେଲେ ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ । ଗାଁର ସାଗର ଦଳେଇ ଦୁଷ୍କର୍ମ କରିବା ପରେ ରଶି ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଛି । ଘରଠାରୁ 100ମିଟର ଦୂର ଜଙ୍ଗଲ ଭିତରେ ଦୁଷ୍କର୍ମ ପରେ ହତ୍ୟାକରିଥିବା ପୋଲିସ ପାଖରେ ସ୍ବୀକାର କରିଛି ଅଭିଯୁକ୍ତ ।

ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁରୁ ଗତ ଶନିବାର ଦିନ ନିଖୋଜ ହୋଇଥିଲା ବେବି । ଗତକାଲି ତାର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା ।

ପୋଲିସର ଅନୁସନ୍ଧାନ ପରେ ଗାଁର ରବି ଦଳେଇଙ୍କ ପୁଅ ସାଗର, ଝିଅ ସହ ଶେଷଥର ପାଇଁ ଖେଳୁଥିବା ଲୋକେ ଦେଖିଥିବା ଜଣାଇଥିଲେ । ସୂଚନା ଆଧାରରେ ସାଗରକୁ ଗିରଫ କରିଥିଲା ପୋଲିସ୍ । ତେବେ ପଚରାଉଚରା ପରେ ବେବିର ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଛି ସାଗର । ଏହି ଘଟଣାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ କରିଛନ୍ତି ଏସପି  ।

Leave a Reply