ରାଜନୀତିରେ ସାମିଲ ହୋଇପାରନ୍ତି ପାରଳା ମହାରାଜାଙ୍କ ଆଉ ଜଣେ ଦାୟାଦ

ବ୍ରହ୍ମପୁର: ରାଜନୀତିରେ ସାମିଲ ହୋଇପାରନ୍ତି ପାରଳା ମହାରାଜାଙ୍କ ଆଉ ଜଣେ ଦାୟାଦ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜକୁମାରୀ ଗଜପତି ନବନୀତା ଦେବୀ । ଦୀର୍ଘ ବର୍ଷ ପରେ ନିଜ ପିତୃପୁରୁଷଙ୍କ ମାଟିରେ ପହଞ୍ଚିବା ପରେ ସହର ପରିକ୍ରମା କରିଥିଲେ ।
ପାରଳାଖେମୁଣ୍ଡିରେ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିଜର ଉତ୍ତରାଧିକାରୀ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ସୁଯୋଗ ମିଳିଲେ ରାଜନୀତିକୁ ଆସିପାରନ୍ତି ବୋଲି କହିଥିଲେ ରାଜକୁମାରୀ ନବନୀତା ଦେବୀ ।