spot_img

Latest Posts

ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରଙ୍କୁ ଆଉ ଜଣେ ଛାତ୍ରଙ୍କ ମରଣାନ୍ତକ ଆକ୍ରମଣ

ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରଙ୍କୁ ଆଉ ଜଣେ ଛାତ୍ରଙ୍କ ମରଣାନ୍ତକ ଆକ୍ରମଣ । ଲୁହା ଛଡ଼ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଆହତ ଛାତ୍ର ଜଣକ ହେଲେ କୋଲନରା ବ୍ଲକ ଥେରୁବାଲି ଡିପି କ୍ୟାମ୍ପ ଅଞ୍ଚଳର ସ୍ୱର୍ଗତ ଉଦ୍ଧବ ଗୌଡ଼ଙ୍କ ପୁଅ ମନୋଜ ଗୌଡ଼ । ମନୋଜ ସରକାରୀ ଆଇଟିଆଇରେ ୱେଲଡର ଟ୍ରେଡରେ ପଢ଼ୁଥିବା ବେଳେ ସେଠାରେ ପଢ଼ୁଥିବା ଅନ୍ୟ ଜଣେ ଛାତ୍ର ଭୁବନ ଲିମା ତାଙ୍କୁ ଏକ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ଫଳରେ ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ମୁଣ୍ଡ ଭିତରେ ଇଣ୍ଟରନାଲ ବ୍ଲିଡିଂ ହେଉଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଫଳରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମନୋଜଙ୍କ ବଡ଼ ବାପା କାମଦେବ ଗୌଡ଼ ଖବର ପାଇ ଗ୍ରାମବାସୀଙ୍କ ସହ ମେଡିକାଲରେ ପହଞ୍ଚିଥିଲେ । ସହପାଠୀଙ୍କ ଠାରୁ ସମସ୍ତ ବିଷୟ ବୁଝିବା ପରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Latest Posts

Don't Miss